ଦିଲ୍ଲୀର ୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ, ନିର୍ଭୟାଙ୍କ ମା ଆଣିଲେ ଗମ୍ଭୀର ଆରୋପ – ” ପୀଡ଼ିତାଙ୍କ ବାପାଙ୍କୁ ମାଡ଼ ମାରିଛି ପୁଲିସ “

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀ ନାଙ୍ଗଲ ଗାଓଁର ୯ ବର୍ଷର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡର ଶିକାର ହୋଇଥିବା ଘଟଣାକୁ ନେଇ ଏବେ ନ୍ୟାୟ ଦାବିରେ ଚାରିଆଡୁ ଚାପ ପଡୁଛି। ବହୁ ଚର୍ଚ୍ଚିତ ୨୦୧୨ ଦିଲ୍ଲୀର ଗଣବଳାତ୍କାର ଓ ହତ୍ୟା ପୀଡିତା ନିର୍ଭାୟଙ୍କ ମା’ ମଧ୍ୟ ଆଗକୁ ଆସିଛନ୍ତି। ଏହି ମାମଲାରେ ପୋଲିସର ଭୂମିକାକୁ ନେଇ ସେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପୀଡିତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

 ସେ କହିଛନ୍ତି “କିଛି ପୋଲିସ ଅଧିକାରୀ ଏଥିରେ ସମ୍ପୃକ୍ତ ଅଛନ୍ତି। ସେମାନେ ନାବାଳିକାର ବାପାଙ୍କୁ ମାଡ଼ ମାରିଥିଲେ ଏବଂ ମାଆକୁ ବନ୍ଦୀ କରି ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲେ। ମୁଁ ଦିଲ୍ଲୀ ପୋଲିସ କମିଶନରଙ୍କୁ ଅନୁରୋଧ କରୁଛି ଯେ ସେ ଉକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। 

 ନିର୍ଭୟାଙ୍କ ମା ଆଶା ଦେବୀ କହିଛନ୍ତି , ଯେ ଯଦି ପୀଡିତାଙ୍କ ମା ଯାହା କହୁଛନ୍ତି ତାହା ସତ ହୋଇଥାଏ ତେବେ ସଂପୃକ୍ତ ପୋଲିସ ଅଧିକାରୀଙ୍କୁ ପ୍ରଥମେ ଉତ୍ତରଦାୟୀ କରାଯିବା ଆବଶ୍ୟକ । ଯାହା ଦ୍ବାରା ଭବିଷ୍ୟତରେ କୌଣସି ପୋଲିସ୍ ଏପରି କାର୍ଯ୍ୟର ପୁନରାବୃତ୍ତି ନକରିବେ ।

 ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଏକ ଶ୍ମଶାନରେ ନଅ ବର୍ଷର ଦଳିତ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ପୁଲିସ ଏହି ମାମଲାରେ ପୁରୋହିତ ରାଧା ଶ୍ୟାମ (55) ଏବଂ ଅନ୍ୟ ତିନିଜଣ – କୁଲଦୀପ କୁମାର (63), ଲକ୍ଷ୍ମୀ ନାରାୟଣ (48) ଏବଂ ମୋହଦ୍ ସଲିମ (49) ଙ୍କୁ ଗିରଫ କରିଛି ଏବଂ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହାକୁ ବଳାତ୍କାର ବୋଲି କୁହାଯାଇନଥିବା ବେଳେ ପଣ୍ଡିତ ଜୀ ଏବଂ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ଅଭିଯୋଗ ହେଉଛି ଝିଅଟି କଳରୁ ପାଣି ନେଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତା’ ର ମୃତ୍ୟୁ ଘଟିଛି।

ଏହାକୁ ନେଇ ଆଶା ଦେବୀ କହିଛନ୍ତି, “ଏହି ମାମଲା ଶେଷ କିମ୍ବା ପ୍ରଥମ ନୁହେଁ। ଯେତେବେଳେ ଏଭଳି ଘଟଣା ଘଟେ, ଆମେ ଟିଭି ଚ୍ୟାନେଲ ଏବଂ ମହମବତୀ ମାର୍ଚ୍ଚ ବାହାର କରି ଚୁପ୍ ରହିଯାଉ । ଯେତେବେଳେ ବି ସରକାରୀ ପ୍ରତିନିଧୀ ଆସନ୍ତି, ସେମାନେ ଆଇନକୁ ମଜବୁତ କରିବା ଏବଂ ସମାଜର ମାନସିକତା ବଦଳାଇବା ଆବଶ୍ୟକ ବୋଲି କହିଛନ୍ତି। କିନ୍ତୁ ଏହାକୁ କେବେ କରିବେ? ସେ କହିଛନ୍ତି ଆଇନକୁ ଅଧିକ କଠୋର କରାଯାଉ ? ଏହା ବ୍ୟତୀତ ଫାଷ୍ଟ-ଟ୍ରାକ କୋର୍ଟ ଦ୍ୱାରା ଏହି ମାମଲାର ଶୁଣାଣି କରିବାକୁ ଆଶା ଦେବୀ ଦାବି କରିଛନ୍ତି। 

ଏହି ଘଟଣାରେ ଏବେ ଜାତୀୟ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ରାଜନୀତି ମଧ୍ୟ ଜୋର ଧରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ନାବାଳିକାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ସେ ସମୟ ଫଟୋକୁ ଟ୍ୱିଟରରେ ସେୟାର କରି ବିବାଦରେ ପଡିଛନ୍ତି । ବିଜେପି ରାହୁଲଙ୍କୁ ଟାର୍ଗେଟ କରିଛି। 

ଅନ୍ୟ ପକ୍ଷରେ ରାହୁଲଙ୍କ ଗସ୍ତ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୀଡିତାଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 

Related Posts