
ଭୁବନେଶ୍ୱର(ସତ୍ୟପାଠ ବୁରୋ): ଆମେରିକାର କନସାସରେ ଭୟଙ୍କର ଘୂର୍ଣ୍ଣିଝଡ଼ । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶହଶହ ଘରର ଛାତ ଓ ଗାଡି ଉଡ଼ିଯାଉଥିବାର ଦେଖିବାକୁ ମିଳିଛି । ସେପଟେ ଶୁକ୍ରବାର ସନ୍ଧ୍ୟାରେ କନସାସରେ ଭୟଙ୍କର ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥିଲା। ଏହାର ଦୃଶ୍ୟ ମଧ୍ୟ ବେଶ୍ ଭୟଙ୍କର ଥିଲା।
ଏହା ଏତେ ଶକ୍ତିଶାଳୀ ଥିଲା ଯେ ଆଖି ପିଛୁଳାକେ ଏହା ଶହଶହ ଘର ସାଙ୍ଗକୁ ଗଛକୁ ମଧ୍ୟ ଭାଙ୍ଗି ପକାଇଥିଲା। ଏହି ଘୂର୍ଣ୍ଣିଛଡ ଯୋଗୁଁ ପ୍ରାୟ ୧୫ ହଜାର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି। ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଛି। ଘୂର୍ଣ୍ଣିଝଡ଼ ପାଇଁ ଅଧିକାଂଶ ଘରର ବିଜୁଳି ସେବା ବ୍ୟାହତ ହୋଇଛି। ଏହାସହ ବିଭିନ୍ନ ସ୍ଥାନରେ ଝଡ ଦ୍ୱାରା ୩ ଜଣ ପ୍ରାଣ ହରାଇଛନ୍ତି।