ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ରହସ୍ୟରେ ବଡ଼ ଖୁଲାସା

ଅଭିନେତ୍ରୀ ନିକିତା ଡେଥ୍ ମିଷ୍ଟ୍ରିରେ ପୋଲିସ କରିଛି ବଡ଼ ଖୁଲାସା । ମଙ୍ଗଳବାର କଟକ ଡିସିପି ଅଖିଳେଶ୍ବର ସିଂହ ସୂଚନା ଦେଇଛନ୍ତି ଶୁକ୍ରବାର ରାତିରେ ନିକିତା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଠେଲାପେଲା ଭିତରେ ଛାତରୁ ତଳକୁ ଖସିପଡ଼ିଥିଲେ ନିକିତା । ନିକିତା ଛାତରୁ ଖସିବା ପଛରେ ସ୍ବାମୀ ଲିପନ୍‌ ହିଁ ଦାୟୀ ବୋଲି କହିଛନ୍ତି ଡିସିପି ।

ତେବେ ଲିପନ୍‌ ନିକିତାଙ୍କୁ ଠେଲି ଦେଇଥିଲେ ନା ଠେଲାପେଲାରେ ସେ ପଡ଼ିଯାଇଥିଲା ସେନେଇ ସ୍ପଷ୍ଟ କରିନାହାନ୍ତି କଟକ ଡିସିପି । ଡିସିପିଙ୍କ କହିବା ଅନୁସାରେ ଶାଶୂ ଓ ନିକିତାଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ନିକିତାଙ୍କ ପ୍ରଫେସନାଲ୍‌ କ୍ୟାରିଅରକୁ ନେଇ ଶାଶୂ-ବୋହୂଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ନିକିତା ଆସି ବାପ ଘରେ ରହୁଥିଲେ ।

ତେବେ ପ୍ରମାଣ ମିଳିଲେ ଶାଶୂ, ଶ୍ବଶୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କଟକ ଡିସିପି । ନିକିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ନିକିତାଙ୍କ ବାପା । ଏ ନେଇ ଥାନାରେ ମାମଲା ରୁଜୁ ହେବା ପରେ ଲିପନଙ୍କୁ ଗିରଫ କରିଛି ପୋଲିସ ।

Related Posts