ଲୋକସଭାରେ ଆଗତ ହେଲା ସବର୍ଣ୍ଣ ସଂରକ୍ଷଣ ବିଲ୍‌

ଲୋକସଭାରେ ସବର୍ଣ୍ଣଙ୍କ ସଂରକ୍ଷଣ ପାଇଁ ସମ୍ବିଧାନ ସଂଶୋଧନ ବିଲ୍‌ ଆଗତ ହୋଇଛି । ସୋମବାର କ୍ୟାବିନେଟରେ ସଂରକ୍ଷଣ ପ୍ରସ୍ତାବ ଉପରେ ମୋହର ଲାଗିବା ପରେ ଆଜି ଲୋକସଭାରେ କେନ୍ଦ୍ର ସରକାର ଏହାକୁ ଆଗତ କରିଛନ୍ତି । ବିଲ୍‌ ପାସ୍‌ ହେବା, କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ଼ ବିଜୟ ହେବ । ପ୍ରସ୍ତାବ ଆଗତ ସମୟରେ ସବୁ ସାଂସଦଙ୍କୁ ଲୋକସଭାରେ ଉପସ୍ଥିତ ରହିବା ପାଇଁ ବିଜେପି ତରଫରୁ ହ୍ବିପ୍‌ ଜାରି କରାଯାଇଥିଲା ।

ସେପଟେ ବିରୋଧୀ କଂଗ୍ରେସ ମଧ୍ୟ ସବୁ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ବିପ୍‌ ଜାରି କରିଥିଲା । ଲୋକସଭା ନିର୍ବାଚନ ପୂର୍ବରୁ ଗରିବ ସବର୍ଣ୍ଣ ସଂରକ୍ଷଣ ବିଲ୍‌ରେ କ୍ୟାବିନେଟର ମୋହର, ମୋଦି ସରକାରଙ୍କର ଏକ ମାଷ୍ଟରଷ୍ଟ୍ରୋକ ବୋଲି କୁହାଯାଉଛି । ନିଷ୍ପତ୍ତି ଅନୁଯାୟୀ ଆର୍ଥିକ ଦୃଷ୍ଟିରୁ ପଛୁଆ ସବର୍ଣ୍ଣଙ୍କ ପାଇଁ ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ 10 ପ୍ରତିଶତ ସଂରକ୍ଷଣ ରହିବ ।

Related Posts