ରାଜ୍ୟସଭାରେ ହାଇଡ୍ରାମା : ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ପେଗାସସ୍‌ ବିବୃତି ଛଡ଼ାଇ ନେଇ ଚେରିଦେଲେ ଟିଏମସି ସାଂସଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପେଗାସସ୍‌ ରିପୋର୍ଟକୁ ନେଇ ଲଗାତାର ତୃତୀୟ ଦିନ ପାଇଁ ସଂସଦର ଉଭୟ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି। ଗୁରୁବାର ରାଜ୍ୟସଭାରେ ପେଗାସସ୍‌ ବିବାଦକୁ ନେଇ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବୃତି ରଖିବାର ଥିଲା। ସେ ବିରୋଧୀଙ୍କ ନାରାବାଜୀ ଭିତରେ ପେଗାସସ୍‌କୁ ନେଇ ସରକାରଙ୍କ ପ୍ରସ୍ତୁତ ବିବୃତି ପଢ଼ିଥିଲେ। ଏହି ସମୟରେ ଟିଏମସିର ଜଣେ ସାଂସଦ ତାଙ୍କ ହାତରୁ ଏହି ବିବୃତି ପେପରକୁ ଛଡ଼ାଇ ନେଇ ଚିରି ଦେଇଛନ୍ତି। ଟିଏମସି ସାଂସଦ ପେଗାସସ୍ ଉପରେ ବିବୃତ୍ତି ଚିରି ଡେପୁଟି ଚେୟାରମ୍ୟାନ୍ ହରିବଂଶ ନାରାୟଣ ସିଂଙ୍କ ନିକଟକୁ ଫିଙ୍ଗିଥିଲେ।

      ଏହି କାରଣରୁ ଅଶ୍ୱିନୀ ବୈଷ୍ଣବଙ୍କୁ ବିବୃତି ପଢ଼ିବା ପରିବର୍ତ୍ତେ ଏହାକୁ ଗୃହରେ ଉପସ୍ଥାପନ କରାଗଲା ବୋଲି କହିଥିଲେ। । ଜୁଲାଇ ୨୨ ତାରିଖ ଦିନ ରାଜ୍ୟସଭା ତିନିଥର ସ୍ଥଗିତ ରହିଥିଲା। ଏହାପୂର୍ବରୁ ସାଂସଦମାନେ ସ୍ଲୋଗାନ ଦେଇ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିବା କାରଣରୁ ପ୍ରଥମେ ଅପରାହ୍ନ 12 ଟା ପର୍ଯ୍ୟନ୍ତ ଏବଂ ପରେ ଅପରାହ୍ନ 2 ଟା ପର୍ଯ୍ୟନ୍ତ ଉପର ଗୃହକୁ ସ୍ଥଗିତ ରଖାଯାଇଥିଲା। ଆରଜେଡି ସାଂସଦ ମନୋଜ ଝା କହିଛନ୍ତି, ଆଇଟି ମନ୍ତ୍ରୀଙ୍କ ଆଭିମୁଖ୍ୟ ଦୁର୍ଭାଗ୍ୟଜନକ। ନାରାବାଜୀ ଭିତରେ ଆଇଟି ମନ୍ତ୍ରୀ ଯେଉଁଭଳି ଭାବେ ବିବୃତି ରଖିଲେ, ସେଥିରୁ ସ୍ପଷ୍ଟ ହେଉଛି ଯେ ସରକାର ପେଗାସସ୍‌ ପ୍ରସଙ୍ଗର ମଜାକ ଉଡ଼ାଇବାକୁ ଚେଷ୍ଟା କରୁଛନ୍ତି।

 ପେଗାସସ ମାମଲାରେ ବୈଷ୍ଣବ କ’ଣ କହିଥିଲେ?

 ଆଇଟି ମନ୍ତ୍ରୀ କହିଛନ୍ତି ଯେ ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଆସୁଥିବା ପେଗାସସ୍ ରିପୋର୍ଟ ଏକ ସମସ୍ୟାର ସମାଧାନ ହୋଇପାରିବ ନାହିଁ।  ଅଶ୍ୱିନୀ ବୈଷ୍ଣବ ପେଗାସାସ ପ୍ରୋଜେକ୍ଟକୁ ଭାରତୀୟ ଗଣତନ୍ତ୍ର ଏବଂ ଏହାର ଅନୁଷ୍ଠାନକୁ ବଦନାମ କରିବାର ପ୍ରୟାସ ବୋଲି ବର୍ଣ୍ଣନା କରିଛନ୍ତି। 

     ବୈଷ୍ଣବ କହିଛନ୍ତି, “ଜୁଲାଇ 18 ରେ ଏକ ୱେବ୍ ପୋର୍ଟାଲ୍ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଷ୍ଟୋରୀ ପ୍ରକାଶ କରିଥିଲା। ଏଥିରେ ଅନେକ ଅଭିଯୋଗ ଆସିଥିଲା। ସଂସଦ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଆସିଥିବା ରିପୋର୍ଟ କେବଳସଂଯୋଗ ହୋଇପାରିବ ନାହିଁ।”

ହ୍ବାଟସ୍ଆପ୍ ରେ ପେଗାସସ୍ ବ୍ୟବହାରକୁ ନେଇ ଅତୀତରେ ଦାବି ହୋଇଆସୁଥିଲା। ଏହି ରିପୋର୍ଟଗୁଡିକର କୌଣସି ପ୍ରକୃତ ଆଧାର ନାହିଁ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ” ଲୋକସଭାରେ ମଧ୍ୟ ଆଜି ଉତ୍ତେଜନା ଦେଖାଦେଇଥିଲା।

Related Posts