ମୁଁ ନିରାମିଶାଷି ନୁହଁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ନିଜର ଚମତ୍କାର ବେଟିଂ ଏବଂ ଫିଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥାନ୍ତି ଭାରତୀୟ କ୍ୟାପଟେନ ବିରାଟ କହୋଲି । କିନ୍ତୁ ନିଜର ଖାଦ୍ୟପେୟକୁ ଦେଇଥିବା ମନ୍ତ୍ୟବକୁ ନେଇ ସାରାଦେଶରେ ବର୍ତ୍ତମାନ ବିରାଟ କାହୋଲି ଟ୍ରଲ୍ ହେବାରେ ଲାଗିଛନ୍ତି । ତେବେ ଏ ସଂପୂର୍ଣ୍ଣ ଘଟଣା ଆରମ୍ଭ ହୋଇଛି ଏକ ଇନଷ୍ଟାଗ୍ରାମ ପ୍ରଶ୍ନ-ଉତ୍ତର ସେସନରେ ।
ବିରାଟଙ୍କ ଜଣେ ପ୍ରଶଂସକ ଏହି ସେସନରେ ତାଙ୍କ ଡାଏଟ୍ ବିଷୟରେ ପଚାରିଥିଲେ । ଏହାର ଜବାବରେ ବିରାଟ ତାଙ୍କ ଭୋଜନରେ ମୁଖ୍ୟତ ଅନେକ ପନିପରିବା, କିଛି ଅଣ୍ଡା, ୨ କପ୍ କଫି, ଡାଲ୍, କ୍ୱିନୋଆ, ଅନେକ ଶାଗ, ଲଭ୍ ଡୋସା ରହିଥାଏ ବୋଲି କହିଥିଲେ । ବାସ୍ ଏହା ପରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଥିଲା ଟ୍ରଲ୍ । ତେବେ କିଛି ବର୍ଷ ପୂର୍ବରୁ ବିରାଟ ସେ ସଂପୂଣ୍ଣ ଭେଜେଟେରିଆନ୍ ବୋଲି କହିଥିଲେ କିନ୍ତୁ ତାଙ୍କ ଡ଼ାଏଟରେ ଅଣ୍ଡା ସାମିଲ୍ ଥିବାରୁ ସେ ଟ୍ରଲ୍ ହୋଇଥିଲେ ।

ଅନ୍ୟପଟେ ଏହାର ପ୍ରତିକ୍ରିୟା ରଖି ବିରାଟ ଟ୍ୟୁଟରେ ଏକ ପୋଷ୍ଟ ସେୟାର କରିଥିଲେ । ତେବେ ମୁଁ ନିଜକୁ ଭେଜାନ୍ ବୋଲି ଦାବି କରି ନାହିଁ। ସର୍ବଦା ରକ୍ଷଣାବେକ୍ଷଣ କରେ ମୁଁ ଶାକାହାରୀ। ଏକ ଦୀର୍ଘ ନିଶ୍ୱାସ ନିଅ ଏବଂ ତୁମର ଭେଜି ଖାଅ (ଯଦି ତୁମେ ଚାହଁ) ଏପରି କିଛି ଲେଖି ବିରାଟ ଟ୍ୟୁଟରେ ପୋଷ୍ଟ କରିଥିଲେ । ବିରାଟଙ୍କ ଏଭଳି ପ୍ରତିକ୍ରିୟା ଦେଖି ଟ୍ରଲ୍ କମିବା ବଦଳରେ ଆହୁରି ବଢି ଯାଇଥିଲା । କୋହଲିଙ୍କ ଏପରି ବାର୍ତ୍ତାରେ ପ୍ରତିକ୍ରିୟା ଦେଇ କେଉଁ ଗଛରେ ଅଣ୍ଡା ବଢେ ବୋଲି ତାଙ୍କ ଅନୁସରଣକାରି ପଚାରିଥିଲେ । କେବଳ ଏତିକି ନୁହେଁ ବରଂ ଯଦି ସେ ଅଣ୍ଡା ଖାଉଛନ୍ତି ତେବେ ସେ କିପରି ଶାକାହାରୀ ହୋଇପାରିବେ ବୋଲି ବିରାଟଙ୍କ ପ୍ରଶଂସକ ମାନେ ପ୍ରଶ୍ନ କରିଛନ୍ତି ।

Related Posts