ବାତ୍ୟା ବୈଠକ ବୟକଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅନୁମତି ନେଇନଥିଲେ ମମତା : ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବାତ୍ୟା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଳମ୍ବରେ ପହଞ୍ଚିବାକୁ ନେଇ ରାଜନୀତି ଥମିବାର ନାଁ ଧରୁନି । ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ସେ ମୋଦିଙ୍କୁ ଭେଟି କ୍ଷୟକ୍ଷତି ରିପୋର୍ଟ ହସ୍ତାନ୍ତର କରିଥିଲେ ଓ ପ୍ରଧାନମନ୍ତ୍ରୀଙ୍କ ଅନୁମତି କ୍ରମେ ସେ ଦିଘା ଗସ୍ତରେ ଯାଇଥିଲେ। ହେଲେ ମମତାଙ୍କ ଏଭଳି ବୟାନକୁ ମିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନଅ ପଏଣ୍ଟର ବିବୃତ୍ତିରେ ଅଭିଯୋଗ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ସେ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଯୋଗଦେବାକୁ ସହମତି ହେବା ପରେ ଏହାକୁ ବୟକଟ କରିଥିବା କେନ୍ଦ୍ର ସରକାର କହିଛନ୍ତି । ସୂଚନାନୁସାରେ, ପିଏମ ମୋଦୀ ସେହିଦିନ ମମତା ବାନାର୍ଜୀଙ୍କୁ ସମୀକ୍ଷା ବୈଠକ ଛାଡିବାକୁ ଅନୁମତି ଦେଇନଥିଲେ । ମମତା ବାନାର୍ଜୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମ୍ପର୍କରେ ଅଚାନକ ସୂଚନା ମିଳିଥିଲା । ଏହାର ଜବାବରେ କେନ୍ଦ୍ର ସରକାର କହିଛନ୍ତି, ବାତ୍ୟା ଆସିବା ପୂର୍ବରୁ କୌଣସି ପ୍ରକାରର ସୀମକ୍ଷା ବୈଠକ ପାଇଁ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇ ନଥାଏ। ବାତ୍ୟା ଆସିବା ପରେ ହିଁ ସୀମକ୍ଷା ବୈଠକ କରାଯାଏ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ “ପ୍ରଧାନମନ୍ତ୍ରୀ ମୋଦି କଲାଇକୁଣ୍ଡାରେ ୧.୫୯ରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଲାଇକୁଣ୍ଡାରେ ପିଏମଙ୍କ ଆସିବା ପରେ ଅର୍ଥାତ ୨.୧୦ରେ ପହଞ୍ଚିଥିଲେ। ଏଥିରୁ ସ୍ପଷ୍ଟ ହୋଇଛି ଯେ ପ୍ରଧାନମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅପେକ୍ଷା କରିଥିଲେ। ଜଣେ ଟିଏମସି ସାଂସଦ ଟୁଇଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଅପେକ୍ଷା କୌଣସି ବଡ କଥା ନାହିଁ। ହେଲିକପ୍ଟର ପହଞ୍ଚିବା ପରେ ମମତା ୫୦୦ ମିଟିର ଦୂରରେ ଥିବା ମିଟିଂ ହଲ୍ ନିକଟରେ ପହଞ୍ଚିଥିଲେ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପରେ ୨.୩୫ରେ ଅନ୍ୟତ୍ର ଚାଲି ଯାଇଥିଲେ। ୨.୧୦ରେ ପହଞ୍ଚିବା ପରେ ସେ ୫୦୦ ମିଟିର ଯିବା ଆସିବା କଲେ ଓ ୨.୩୫ ମିନିଟ୍‌ରେ ବାହାରି ଗଲେ। ସେ ମାତ୍ର ୨୫ ମିନିଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ନିଜର ପରବର୍ତ୍ତୀ ଯାତ୍ରା ଆରମ୍ଭ କରିଥିଲେ। ସୂତ୍ର ଏହା ମଧ୍ୟ କହିଛି ଯେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଯୋଗଦେବାକୁ ରାଜି ହୋଇଥିବାବେଳେ ତାଙ୍କ ପୂର୍ବତନ ସହଯୋଗୀ ତଥା ବିଜେପି ବିଧାୟକ ସୁଭେନ୍ଦୁ ଅଧିକାରୀ ଏହି ସମାବେଶରେ ଅଂଶଗ୍ରହଣ କରିବେ ବୋଲି ଜାଣିବା ପରେ ସେ ତାଙ୍କ ମତ ବଦଳାଇଛନ୍ତି। କେବଳ ବାତ୍ୟା ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ସମସ୍ତଙ୍କର ଉଦ୍ଦେଶ୍ୟ ରହିଥିଲା। ସମୀକ୍ଷା ବୈଠକ ପରେ ତୁରନ୍ତ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ବୋଲି ତାଙ୍କୁ କୁହାଯାଇଥିଲା। କାରଣ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାକୁ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଆସିଛନ୍ତି। ଏଥିପାଇଁ ମମତାଙ୍କୁ ସମୀକ୍ଷା ବୈଠକ ଶେଷ ହେବା ଯାଏ ଅପେକ୍ଷା କରିବାକୁ କୁହାଯାଇଥିଲା। ସେ ତୁରନ୍ତ ଅନ୍ୟ ଅଧିକାରୀଙ୍କୁ ବୈଠକରେ ଯୋଗଦେବାକୁ ବାରଣ କରିଥିଲେ ଓ ପ୍ରଧାନମନ୍ତ୍ରୀଙ୍କ ସହ ହେବାକୁ ଥିବା ପ୍ରସ୍ତାବିତ ସମୀକ୍ଷା ବୈଠକକୁ ବାତିଲ କରିଥିଲେ ବୋଲି ଏନଡିଟିଭି ସୂତ୍ରରୁ ପ୍ରକାଶ। “ମମତା ବାନାର୍ଜୀ ଉଦ୍ଦେଶ୍ୟମୂଳକ ଭାବେ ଏହି ବୈଠକକୁ ବୟକଟ୍ କରିଛନ୍ତି। ପ୍ରଥମେ ସେ ଏହି ସଭାରେ ଯୋଗଦେବାକୁ ରାଜି ହୋଇଥିଲେ କିନ୍ତୁ ପରେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ବିଜେପି ବିଧାୟକ ସୁଭେନ୍ଦୁ ଆଧିକାରୀ ଏହି ବୈଠକରେ ଉପସ୍ଥିତ ରହିବେ, ସେ ୟାସ୍ ସମୀକ୍ଷା ବୈଠକରେ ଯୋଗ ଦେଇନାହାଁନ୍ତି। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦାବି ଅନୁଯାୟୀ ବୈଠକ ଛାଡିବାକୁ ଅନୁମତି ଦେଇ ନାହାଁନ୍ତି।

Related Posts