ଥରେ ଫେରିଆସ ଆମେ କଂଗ୍ରେସ ଓ ଏନସିପି ସହ ମେଣ୍ଟ ଭାଙ୍ଗିବାକୁ ପ୍ରସ୍ତୁତ ଅଛୁ: ସଞ୍ଜୟ ରାଉତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ଚାଲୁଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ବିଦ୍ରୋହୀ ବିଧାୟକମାନେ ଦଳକୁ ଫେରି ଆସନ୍ତି ତାହାଲେ ଦଳ ସହଯୋଗୀ କଂଗ୍ରେସ ଏବଂ ଏନସିପିକୁ ଛାଡ଼ିବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି । ସେପଟେ ଏକ ବିରାଟ ବିଭାଜନର ସମ୍ମୁଖୀନ ହେଉଥିବା ଦଳକୁ ବଞ୍ଚାଇବା ପାଇଁ ଶିବସେନା ନେତା ଏପରି ବୟାନ ଦେଇଥିବାର ଚର୍ଚ୍ଚା ହେଉଛି । ଅନ୍ୟପଟେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ଏବଂ କଂଗ୍ରେସ ସହ ମିଳିତ ଭାବରେ ଶିବସେନା ବର୍ତ୍ତମାନ ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ମିଳିତ ସରକାରର ନେତୃତ୍ୱ ନେଉଛନ୍ତି।

ଉଦ୍ଧବ ଠାକରେଙ୍କ ବିଦ୍ରୋହର ନେତୃତ୍ୱ ନେଉଥିବା ଏକନାଥ ସିନ୍ଦେ ସ୍ପଷ୍ଟ କରିଛନ୍ତି ଯେ ସେ ଚାହୁଁଛନ୍ତି ଯେ ସେନା ଏନସିପି ଏବଂ କଂଗ୍ରେସକୁ ଛାଡି ବିଜେପି ସହ ହାତ ମିଳାନ୍ତୁ। ଏପରିକି ସିଏମ ପଦବୀ ଗ୍ରହଣ କରିବାକୁ ସେ ଉଦ୍ଧବଙ୍କ ଅଫରକୁ ମନା କରିଦେଇଥିବା ଜଣାଯାଇଛି। ରାଉତ ଏକ ଜରୁରୀକାଳୀନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଶିବସେନା ମହାରାଷ୍ଟ୍ରର ଏମଭିଏ ସରକାରରୁ ବାହାରକୁ ଯିବାକୁ ପ୍ରସ୍ତୁତ, କିନ୍ତୁ ଦଳୀୟ ବିଦ୍ରୋହୀମାନେ ୨୪ ଘଣ୍ଟା ମଧ୍ୟରେ ଗୌହାଟିରୁ ମୁମ୍ବାଇକୁ ଫେରିବା ଉଚିତ୍ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts