ୟୁନିଭରସିଟି ନିଯୁକ୍ତି ପ୍ରକ୍ରିୟାରେ ସଂରକ୍ଷଣ ଆଇନର ବ୍ୟାପକ ଉଲଂଘନ , ଗୋଟିଏ ଜାତିର ଅଧିକାଂଶ ପ୍ରାର୍ଥୀଙ୍କୁ ନିଯୁକ୍ତି : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉତ୍ତରପ୍ରଦେଶର ବାନ୍ଦା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଓ କର୍ମଚାରୀ ଭର୍ତ୍ତି ପ୍ରକ୍ରିୟାରେ ବିରାଟ ବଡ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି। ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟାରେ ଆରକ୍ଷଣ ବ୍ୟବସ୍ଥା ପାଳନ କରାଯାଉନଥିବା ନେଇ ବାନ୍ଦା ଜିଲ୍ଲାର ଜଣେ ବିଜେପି ବିଧାୟକ ଅଭିଯୋଗ କରିଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ବିଶ୍ଵବିଦ୍ୟାଳୟରେ କେବଳ ଏକ ନିର୍ଦ୍ଦିଷ୍ଟ ଜାତିର ଲୋକଙ୍କୁ ନିଯୁକ୍ତି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କୃଷି ବିଭାଗ ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛି। ବାନ୍ଦା ଜିଲ୍ଲା ଟିଣ୍ଡୱାରୀର ବିଜେପି ବିଧାୟକ ବ୍ରଜେଶ କୁମାର ପ୍ରଜାପତି ଅଭିଯୋଗ କରିଛନ୍ତି ଯେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ସହକାରୀ ପ୍ରଫେସର ପାଇଁ ୪୦ ଟି ଖାଲି ପଦବୀ ପୂରଣ କରିବା ପାଇଁ ବିଶ୍ୱବିଦ୍ୟାଳୟ ଦୁଇଟି ବିଜ୍ଞାପନ ଜାରି କରିଛି।  ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଯେତେବେଳେ କୌଣସି ଖାଲି ପଡ଼ିଥିବା ପଦରେ ନିଯୁକ୍ତି ଦିଆଯାଇଥାଏ ସେତେବେଳେ  ରୋଷ୍ଟର ସିଷ୍ଟମ ମାଧ୍ୟମରେ ସଂରକ୍ଷିତ ବର୍ଗର କ୍ୟାଣ୍ଡିଡେଟ୍ ଙ୍କ ପାଇଁ କେତେ ସିଟ୍ ସଂରକ୍ଷିତ ରହିବ ତାହା ସ୍ଥିର କରାଯିବା ଆବଶ୍ୟକ । କିନ୍ତୁ ବିଶ୍ୱବିଦ୍ୟାଳୟ ଏହି ରୋଷ୍ଟର ସିଷ୍ଟମକୁ ଅନୁସରଣ କରି ନିଯୁକ୍ତି ପ୍ରଦାନ କରିଥିବା ସେ ଅଭିଯୋଗ କରିଛନ୍ତି । ନିୟମ ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟାରେ ୫୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଛି, କିନ୍ତୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଯୁକ୍ତି ପ୍ରକ୍ରିୟାରେ ଏହାର ପାଳନ କରି ନାହାନ୍ତି। ରୋଷ୍ଟର ସିଷ୍ଟମକୁ ଏଡେଇବା ପାଇଁ କର୍ତ୍ତୃପକ୍ଷ ଏକ ଚାଲାଖି କରିଛନ୍ତି। ମୋଟ ୪୦ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ବଦଳରେ ସେମାନେ ୨ ଟି ପର୍ଯ୍ୟାୟରେ ବିଜ୍ଞପ୍ତି ଜାରି କରିଛନ୍ତି। ଯାହା ଦ୍ବାରା ରୋଷ୍ଟର ସିଷ୍ଟମକୁ ଲାଗୁ ନକରାଯିବ।  ସେମାନେ ପ୍ରଥମେ ୨୯ ପଦବୀ ପାଇଁ ଏବଂ ପରେ ୧୧ ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଯଦି ସରକାର ବିଶ୍ୱବିଦ୍ୟାଳୟକୁ ୪୦ ଖାଲି ପଦବୀ ପୂରଣ କରିବା ପାଇଁ ଏକା ସାଙ୍ଗରେ ବିଜ୍ଞପ୍ତି ପ୍ରକାଶ ପାଇଥାନ୍ତା ତେବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ରୋଷ୍ଟର ବ୍ୟବସ୍ଥା ଲାଗୁ କରିବା ପାଇଁ ବାଧ୍ୟ ହୋଇଥାନ୍ତେ। କିନ୍ତୁ ନିଯୁକ୍ତି ପ୍ରକ୍ରିୟାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅନିୟମିତତା କରିଥିବା ହେତୁ ଘଟଣାରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ପାଇଁ ପ୍ରଜାପତି ପିଏମ୍ ଚିଠି ଲେଖିଛନ୍ତି। ଏବଂ ଚିଠିର ନକଲ ରାଜ୍ୟପାଳ ଆନନ୍ଦିବାନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ପଠାଯାଇଛି। ପ୍ରଥମେ ବାହାରିଥିବା ୨୯ ଟି ଖାଲି ପଦବୀ ମଧ୍ୟରୁ ୨୪ ଟି ଚଳିତ ବର୍ଷ ଜୁନ୍ ୧ ରେ ପୂରଣ ହୋଇଥିବା ଜଣାପଡ଼ିଛି ।  ବିଧାୟକ ଅଭିଯୋଗ କରିଛନ୍ତି ଯେ ଜେନେରାଲ ବର୍ଗରୁ ଚୟନ ହୋଇଥିବା କ୍ୟାଣ୍ଡିଡେଣ୍ଟଙ୍କ ମଧ୍ୟରୁ ଅଧିକାଂଶ ଏକ ନିର୍ଦ୍ଦିଷ୍ଟ ଜାତିର। UR ବର୍ଗରୁ ମନୋନୀତ ହୋଇଥିବା ୧୫ ଜଣ କ୍ୟାଣ୍ଡିଡେଣ୍ଟଙ୍କ ତାଲିକାରେ ୧୧ ଜଣଙ୍କର ଟାଇଟେଲ୍ “ସିଂ” ରହିଛି । ସଂରକ୍ଷିତ ବର୍ଗ ଅଧୀନରେ ୭ ଜଣଙ୍କୁ ଚୟନ କରାଯାଇଥିବା ବେଳେ ପାଞ୍ଚଟି ପଦବୀ ବର୍ତ୍ତମାନ ସୁଦ୍ଧା ପୂରଣ ହୋଇନଥିବା ସୂଚନା ମିଳିଛି । ଘଟଣା ସଂପର୍କରେ ଇଣ୍ଡିଆନ୍ ଏକ୍ସପ୍ରେସକୁ ସୂଚନା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ (କୃଷି) ଦେବେଶ ଚାତୁର୍ବେଦୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟାଳୟକୁ କୌଣସି ସରକାରୀ ଅଭିଯୋଗ କିମ୍ବା ଲିଖିତ ଆଦେଶ ମିଳିନାହିଁ। ସେ କହିଛନ୍ତି ଯେ “ଆମେ ଡକ୍ୟୁମେଣ୍ଟଗୁଡିକର ସମୀକ୍ଷା କରୁଛୁ। ମୂଳତଃ ଏହି ପଦବୀ ଗୁଡିକ ବିଶ୍ୱବିଦ୍ୟାଳୟ ଦ୍ୱାରା ଚୟନ କରାଯାଇଛି । ଏବଂ କ୍ୟାଣ୍ଡିଡେଣ୍ଟଙ୍କ ସାକ୍ଷାତକାର ନେଉଥିବା ବୋର୍ଡରେ ମୋଟ୍ ୫ ଜଣ ସଦସ୍ୟ ରହିଥାନ୍ତି ସେମାନଙ୍କ ମଧ୍ୟରୁ ରାଜ୍ୟପାଳଙ୍କ ଦ୍ବାରା ନିଯୁକ୍ତ ହୋଇଥିବା ଦୁଇଜଣ ବାହାର ସଦସ୍ୟ ଜଣେ ଡିନ୍ କିମ୍ବା ଅନ୍ୟ ଜଣେ ବାହାର ସଦସ୍ୟ ଅଛନ୍ତି। ନିଯୁକ୍ତି ଦେବା ସମୟରେ ମୋଟ୍ ମାର୍କରୁ କ୍ୟାଣ୍ଡିଡେଟ୍ ର ୭୦ ପ୍ରତିଶତ ଏକାଡେମିକ୍ ପ୍ରଦର୍ଶନ ଏବଂ ବାକି ୩୦ ପ୍ରତିଶତ ସାକ୍ଷାତକାର ମାର୍କ ଉପରେ ଆଧାରିତ । ଏବଂ ନିଯୁକ୍ତି ସମୟରେ ତିନୋଟି ପଦବୀରେ କେବଳ ଜଣେ ପ୍ରାର୍ଥୀ ରହିଥିଲେ ଏବଂ ବାକି ପଦବୀ ପାଇଁ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆଯାଇଥିଲା ବୋଲି ଚାତୁର୍ବେଦି କହିଛନ୍ତି।

Related Posts