ଶପଥ କରୁଛି ମିଛ କହିବି ନାହିଁ

ନବିନ ପଟ୍ଟନାୟକ ଆପଣ ଓଡ଼ିଶାବାସୀଙ୍କ ପାଇଁ ଶପଥ ନିଅନ୍ତୁ

୧.ଶପଥ କରି କହୁଛୁ ଓଡ଼ିଶା ପ୍ରଶାସନ କୋଭିଡ଼ ଯୋଦ୍ଧାଙ୍କୁ ନେଇ ଆଉ ମିଛ କହିବ ନାହିଁ । କୋଭିଡ଼ ସମ୍ବନ୍ଧୀୟ ରାଜ୍ୟବାସୀଙ୍କୁ ତଥା କୋଭିଡ଼ ରୋଗୀମାନଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିବୁ । ଗଂଜାମ ର ସମସ୍ତ ତଥ୍ୟ ଓଡ଼ିଶାବାସୀଙ୍କୁ ଜଣାଇବୁ ।

୨. ଓଡ଼ିଶାର ପ୍ରତ୍ୟେକ କରୋନା ଯୁଦ୍ଧ ସମ୍ପର୍କିତ ତଥ୍ୟକୁ ରାଜ୍ୟବାସୀଙ୍କ ସୂଚନାର୍ଥେ ଆଉ କୋଭିଡ଼ ଯୁଦ୍ଧ ଯେଉଁମାନେ ଲଢୁଛନ୍ତି ସେମାନଙ୍କ ପରିବାରକୁ ଅନ୍ଧାରରେ ନରଖି ସମସ୍ତ ତଥ୍ୟ ଦେବ ଓଡ଼ିଶା ପ୍ରଶାସନ । ଟ୍ରାନ୍ସପାରେସିଂ ଓ ସ୍ୱଚ୍ଛତାକୁ ଆମେ ପାଳନ କରିବୁ ।

୩. ଯେଉଁମାନେ ଲଢୁଛନ୍ତି ସେମାନେ ଏବଂ ସେମାନଙ୍କ ପରିବାର ଅତ୍ୟନ୍ତ ଆତଙ୍କିତ ଏବଂ ଆଶଙ୍କା ଭିତରେ ରହିଛନ୍ତି ଆଉ ଯେଉଁମାନେ ଯୁଦ୍ଧ ପ୍ରକୃତରେ ଲଢୁଛନ୍ତି, ଏମାନେ ସମସ୍ତେ ଅବସ ଏବଂ ପରିଶ୍ରମ କରି ଥକି ଯାଇଛନ୍ତି । ଏବେ ସମସ୍ତଙ୍କୁ ଦରକାର ଟିକିଏ ବିରାମ ଏବଂ ବିଶ୍ରାମ । ଏବେ କୋଭିଡ଼ ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା ନୁହେଁ ବିଶ୍ରାମର ଆବଶ୍ୟକତା ଅଛିା ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ କରନ୍ତୁ ଏବଂ ସମସ୍ତ ଯୋଦ୍ଧାଙ୍କୁ ଭଲ ଭାବେ ବିଶ୍ରାମ ଦିଅନ୍ତୁ ଏବଂ ଠିକା ବ୍ୟବସ୍ଥା ଉଠେଇ ସଂପୂର୍ଣ୍ଣ ଦରମା ଦିଅନ୍ତୁ ଏବଂ ସମସ୍ତ ପଦବୀ ପୂରଣ କରନ୍ତୁ ।

୪. ଯେଉଁ ଡ଼ାକ୍ତର ଓ ପାରା ମେଡ଼ିକାଲ ଷ୍ଟାଫ କାମ କରୁଛନ୍ତି, ଯେଉଁ ସ୍ୱାସ୍ଥକର୍ମୀ ମାନେ ଆଗଧାଡ଼ର ଯୋଦ୍ଧା ସାଜିଛନ୍ତି ସେମାନଙ୍କ ର ଯାହା ପଦବୀ ଖାଲି ରହିଛି ତାକୁ ପୂରଣ କରନ୍ତୁ । ସେମାନଙ୍କର ଖାଲିଥିବା୧୪୦୦୦ ପଦବୀକୁ ତୁରନ୍ତ ପୂରଣ କରନ୍ତୁ ।

୫. ନବୀନ ପଟ୍ଟନାୟକ ଏବଂ ତାଙ୍କ ପ୍ରଶାସନ ତଥା ଯିଏ ମୋ ସରକାର ଏବଂ ୫ଟି କୁ ପରିଚାଳିତ କରୁଛନ୍ତି ତଥା ସମସ୍ତ ଦାୟିତ୍ୱ ବୁଝୁଛନ୍ତି ସେ ଭାରପ୍ରାପ୍ତ ଅଧିକାରୀ କାର୍ତ୍ତିକେୟନ ପାଣ୍ଡିଆନ ଶପଥ ନେବା ଆବଶ୍ୟକ ଯେ ଓଡ଼ିଶାରେ ଯେତେ ଗୁଡ଼ିଏ କୋଭିଡ଼ ଡ଼ାକ୍ତରଖାନା ରହିଛି ସମସ୍ତ ଡ଼ାକ୍ତରଖାନାର ଏମ୍ ୟୁ ର ସମସ୍ତ ତଥ୍ୟ ଆମେ ଦେବୁ ଲୋକଙ୍କୁ ଏବଂ କୋଭିଡ଼ ଡ଼ାକ୍ତରଖାନାରେ କେତେ କଣ ସରଞ୍ଜାମ ରହିଛି ସମସ୍ତ ତଥ୍ୟ ଲୋକମାନଙ୍କୁ ଦେବୁ । ଏହା ଦ୍ୱାରା ଲୋକମାନେ ଅତ୍ୟନ୍ତ ଶାନ୍ତିରେ ରହିବେ ବ୍ୟସ୍ତ ହେବେ ନାହିଁ ଯେ ସରକାର ଆମ ସହ ଅଛନ୍ତି ଆମର କୌଣସି ଅସୁବିଧା ନାହିଁ ।

୬. ସମସ୍ତ କୋଭିଡ଼ ଡ଼ାକ୍ତରଖାନାରେ ବିଶେଷକରି ଗଞ୍ଜାମରେ ଆମେ ପର୍ଯ୍ୟାପ୍ତ ପରିମାଣରେ କର୍ମଚାରୀ ରଖିବୁ ଯେମିତି ରୋଗୀଙ୍କର କୌଣସି ଅସୁବିଧା ହେବ ନାହିଁ ।

୭. ବ୍ରହ୍ମପୁରରେ ଜଣେ ମହିଳାଙ୍କର ଯେଉଁ ଭଳି ଭାବରେ ମୃତ୍ୟୁ ଘଟିଲା, ଏପର୍ଯ୍ୟନ୍ତ ପ୍ରଶାସକ ତାଙ୍କ ଉଦ୍ଦେଶ୍ୟରେ କିଛି କହିଲା ନାହିଁ, ତାଙ୍କୁ ଆଇ. ସି. ୟୁ ର ଆବଶ୍ୟକତା ଥିଲା ତାଙ୍କୁ ଆଇ. ସି. ୟୁ ପଠାଗଲା ନାହିଁ । ଆଉ ଯେଉଁଠି ଆଇ. ସି. ୟୁ ଅଛି ସେମାନେ ଫୋନ୍ ମଧ୍ୟ ଗ୍ରହଣ କଲେ ନାହିଁ । କୋଭିଡ଼ ଆକ୍ରାନ୍ତଙ୍କର ଚିକିତ୍ସା ଠିକ୍ ଠାକ୍ ନିଆଯିବ ଏବଂ ଦକ୍ଷ, ସାମର୍ଥ୍ୟ ଏବଂ ପ୍ରଶିକ୍ଷକ ବ୍ୟକ୍ତଙ୍କ ଦ୍ୱାରା ତାଙ୍କୁ ଚିକିତ୍ସା ପ୍ରଦାନ କରାଯିବ । ସେଥିରେ କୌଣସି ଅବହେଳା କରାଯିବ ନାହିଁ । ତିଳେ ମାତ୍ର ଅବହେଳାକୁ ପ୍ରଶୟ ଦେବୁ ନାହିଁ ଏଥିପାଇଁ କାରଣ ଗୋଟିଏ ମାତ୍ର ଜୀବନ ଆମ ପାଇଁ ମୂଲ୍ୟବାନ । ଗୋଟଏ ବି ଜୀବନ ଭୁଲ୍‌ରେ ଯିବାକୁ ଦେବୁ ନାହିଁ ।

Related Posts