ଶୋପିୟାଂରେ କାଶ୍ମୀରୀ ପଣ୍ଡିତଙ୍କ ପରିବାରକୁ ଭେଟିବାକୁ ଚାହୁଁଥିଲି; ତେଣୁ ମୋତେ ନଜର ବନ୍ଦୀ କରାଯାଇଛି: ମେହବୁବା ମୁଫତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ତାଙ୍କ ଘରେ ନଜୀ ବନ୍ଦୀ କରାଯାଇଥିବାର କଥା ସାମ୍ନାକୁ ଆସିଛି । ସେପଟେ ଏନେଇ ମେହବୁବା ମୁଫତି କେନ୍ଦ୍ରକୁ ଟାର୍ଗେଟ କରି ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଆଜି ମୁଁ ଶୋପିୟାଂରେ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା କାଶ୍ମୀରୀ ପଣ୍ଡିତଙ୍କ ପରିବାରକୁ ଦେଖା କରିବାକୁ ଚାହୁଁଥିବାରୁ ସେମାନେ ମୋତେ ଗୃହରେ ବନ୍ଦୀ କରିଛନ୍ତି । କାଶ୍ମୀରର ମୁଖ୍ୟ ସ୍ରୋତ ଲୋକଙ୍କ ବିରୁଦ୍ଧରେ ମିଥ୍ୟା ପ୍ରଚାର କରି ପଣ୍ଡିତଙ୍କ ନିର୍ବାସନ ପାଇଁ ମୁସଲମାନମାନଙ୍କୁ ଦାୟୀ କରିବାକୁ ଭାରତ ସରକାର ଜାଣିଶୁଣି ଚାହୁଁଛନ୍ତି ଏବଂ ସରକାର ଚାହୁଁ ନାହାଁନ୍ତି ଯେ ଏହାର ବିଭାଜନକାରୀ ଜିନିଷ ସମସ୍ତଙ୍କ ସାମ୍ନାରେ ପ୍ରକାଶ ପାଉ ।

ମୁଫତି ଆହୁରି ମଧ୍ୟ କହିଛନ୍ତି ଯେ ଅବିଶ୍ୱାସକୁ ଗଭୀର କରି ବିଭାଜନ ଏବଂ ଘୃଣାର ବୀଜ ବୁଣି ରାଜନୈତିକ ଦୃଷ୍ଟିରୁ କିଏ ଉପକୃତ ହେବ ତାହା ଜାଣିବା ପାଇଁ ଜଣେ ବୁଦ୍ଧିମାନ ବ୍ୟକ୍ତି ଆବଶ୍ୟକ କରନ୍ତି ନାହିଁ ବୋଲି ମେହବୁବା ମୁଫତି କହିଛନ୍ତି । ଅନ୍ୟପଟେ ମେହବୁବା ମୁଫତି ପାକିସ୍ତାନ ପାଇଁ ସହାନୁଭୂତିଶୀଳ ବିବୃତ୍ତି ପାଇଁ ଜଣାଶୁଣା । ଏହାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ସେ କହିଥିଲେ ଯେ ପାକିସ୍ତାନରେ ସ୍ଥିରତା ଆବଶ୍ୟକ ଏବଂ ପାକିସ୍ତାନରେ ମଧ୍ୟ ଗଣତନ୍ତ୍ର ଶକ୍ତିଶାଳୀ ହେଉ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts