ମୁଁ ପାଠପଢ଼ାରେ ଭଲ ଥିଲି, କେବେ ଭାବି ନଥିଲି ଯେ, ମୁଁ ମୁଖ୍ୟମନ୍ତ୍ରୀ ହେବି: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ହରିୟାଣାର ଆଦମପୁରରେ ‘ମେକ୍ ଇଣ୍ଡିଆ ନମ୍ବର ୱାନ୍’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତେବେ ଏହି ଅବସରରେ ସେ ନିଜ ସହ ଜଡ଼ିତ ଅନେକ ଅଜଣା କଥା ସମସ୍ତଙ୍କୁ ଜଣାଇଛନ୍ତି। ସେ କହିଛନ୍ତି ଯେ ଆଦମପୁରକୁ ଆସି ମୋତେ ଘରକୁ ଆସିବା ଭଳି ଅନୁଭବ ହେଉଛି। ଆମର ଏଠାରେ ଅନେକ ସମ୍ପର୍କୀୟ ଅଛନ୍ତି। ମୋର ମାଉସୀ ଆଦାମପୁରର। ମୋର ଜଣେ ଭାଇ ଆଦାମପୁରରେ ବିବାହ କରିଛନ୍ତି। ମୁଁ ହରିୟାଣା ସହ ଛୋଟବେଳୁ ଜଡ଼ିତ।

ହିସାରରେ ମୁଁ ଅଧ୍ୟୟନ କରୁଥିଲି। ସେ ସମୟରେ ମୁଁ ଅଧ୍ୟୟନରେ ଭଲ ଥିଲି। କେବେ ଭାବି ନଥିଲି ଯେ, ମୁଁ ମୁଖ୍ୟମନ୍ତ୍ରୀ ହେବି ଏବଂ ଭଗବାନ ମୋତେ ଆଣି ଏଇଠି ପହଞ୍ଚାଇବେ। ହିସାରରୁ ଆଇଆଇଟି ଯିବା ପରେ ଦିଲ୍ଲୀ ମୋର କର୍ମକ୍ଷେତ୍ରରେ ପରିଣତ ହୋଇଥିଲା। ମୁଁ ଯୁଆଡେ ବି ଯାଇଛି ହରିୟାଣାକୁ ଗର୍ବିତ କରିିଛି। ଦିଲ୍ଲୀ ବିଦ୍ୟାଳୟଗୁଡ଼ିକର ଚେହେରା ବଦଳାଇବା ପରେ ଏବେ ଦିଲ୍ଲୀ ସରକାରୀ ସ୍କୁଲ ବିଷୟରେ ସାରା ବିଶ୍ବ ଆଲୋଚନା କରୁଛି।

ସେ ଆହୁରି କହିଛନ୍ତି ଯେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମିଲେନିଆ ଟ୍ରମ୍ପ କହିଛନ୍ତି, ମୁଁ କେଜ୍ରିୱାଲଙ୍କ ସ୍କୁଲ ଦେଖିବାକୁ ଯିବି। ଏହା ମୋ ପାଇଁ ବଡ କଥା। ସମଗ୍ର ଦେଶ ଏଥିପାଇଁ ଗର୍ବିତ ଥିବା ସହ ହରିୟାଣାର ଜଣେ ପିଲା ବିଦ୍ୟାଳୟରେ ସଂସ୍କାର ଆଣିଲା ବୋଲି ହରିୟାଣା ବେଶୀ ଗର୍ବିତ ହୋଇଛି।

ଆଦମପୁରରେ ୨-୩ମାସ ପାର ନିର୍ବାଚନ ଥିବା ବେଳେ କେଜ୍ରିୱାଲ କହିଛନ୍ତି ଯେ, ଆଜି ୨୦୨୨ରେ ଆଦମପୁରର ଆସନରେ ଆମକୁ ଜିତାଇ ଦିଅନ୍ତୁ। ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ୨୦୨୪ରେ ଆମେ ଏଠାରେ ସରକାର ଗଠନ କରିବୁ। ଆମ ସରକାର ଆସିଲେ ଦିଲ୍ଲୀ ଓ ପଞ୍ଜାବରେ ମିଳୁଥିବା ସୁବିଧା ହରିୟାଣାକୁ ମଧ୍ୟ ମିଳିବ ।

Related Posts