ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଶିଳ୍ପପତିଙ୍କୁ ୟୁକ୍ରେନ ବିଷ ଦେଇ ହତ୍ୟା ଉଦ୍ୟମ କରିବା ପରେ ୟୁକ୍ରେନକୁ ଧମକ ଦେଲେ ପୁଟିନ । ତେବେ ୟୁକ୍ରେନକୁ ସମ୍ପୂର୍ଣ୍ଣ ୟୁକ୍ରେନକୁ ଧ୍ୱଂସ କରିଦେବାର ଧମକ ଦେଲେ ପୁଟିନ । ସେପଟେ ମାର୍ଚ୍ଚ ୩ ରେ, ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ବନ୍ଦ ନେଇ ହୋଇଥିବା ଆଲୋଚନାରେ ସାମିଲ ଜଣେ ବ୍ୟକ୍ତିଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରିବା ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି । ଏହି ବୈଠକରେ ଋଷର ଶିଳ୍ପପତି ତଥା ପୁଟିନଙ୍କ ଘନିଷ୍ଠ କୁହାଯାଉଥିବା ରୋମାନ ଆବ୍ରାମୋଭିଚ ମଧ୍ୟ ଯୋଗ ଦେଇଥିଲେ। ତେବେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଏକ ରିପୋର୍ଟରେ କହିଛି ଯେ ଏହି ସଭାରେ ଯୋଗ ଦେଇଥିବା ଚାରିଜଣ ବ୍ୟକ୍ତିଙ୍କୁ ବିଷ ଦିଆଯାଇଥିଲା।
ଏଭଳି ଖବର ମଧ୍ୟରେ ପୁଟିନ ମୁଣି ଥରେ ୟୁକ୍ରେନକୁ ଧମକ ଦେଇଛନ୍ତି। ରୁଷ ଆକ୍ରମଣ ପରେ ୟୁକ୍ରେନର ସ୍ଥିତି ବିଷୟରେ ଲେଖି ପୁଟିନଙ୍କ ପଠାଇଥିଲେ ଜେଲେନସ୍କି। ଏହା ସହ ସେ ଯୁଦ୍ଧ ଶେଷ କରିବା ପାଇଁ କହିଥିଲେ। ତେବେ ଜେଲେନସ୍କିଙ୍କ ଏହି ଶାନ୍ତି ପ୍ରସ୍ତାବ ପାଇ ପୁଟିନ ଶାନ୍ତି ସ୍ଥାପନ ନେଇ ଚିନ୍ତା କରିବା ପରିବର୍ତ୍ତେ ୟୁକ୍ରେନକୁ ଧ୍ବଂସ କରିଦେବେ ବୋଲି କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।





