ଶର୍ମିଷ୍ଠା ଦୋଷ କରିଛି ସେ ଦଣ୍ଡ ପାଉ; ହେଲେ ମୋ ପୁଅକୁ ନଛାଡ଼ିଲେ ଥାନା ଆଗରେ ଆତ୍ମହତ୍ୟା କରିବି: ଶର୍ମିଷ୍ଠାଙ୍କ ମାଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାମାମଲାରେ ଦିନକୁ ଦିନ ନୂକଆ ଟ୍ୱିଷ୍ଠ ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ମା ଅର୍ଥାତ ଶର୍ମିଷ୍ଠା ରାଉତଙ୍କ ମା’ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ମୋ ଝିଅ ଯଦି ଦୋଷ କରିଛି ସେ ଦଣ୍ଡ ପାଉ । ହେଲେ ମୋ ପୁଅକୁ ଛାଡି ଦିଆଯାଉ । ଯଦି ପୋଲିସ ମୋ ପୁଅ କୁ ନଛାଡ଼େ ତେବେ ଥାନା ଆଗରେ ଆତ୍ମହତ୍ୟା କରିବେ ବୋଲି ସେ ଚେତାବନୀ ଦେଇଛନ୍ତି । ତାଙ୍କ ନାତୁଣୀ ଡାକ୍ତରଖାନାରେ ଚିକିତ୍ସିତ ଥିବାରୁ ପୁଅକୁ ଛାଡ଼ିଦେବାକୁ ସେ ନିବେଦନ କରିଛନ୍ତି ।

ସେପଟେ ଗତକାଲି ଭଦ୍ରକରୁ ଶର୍ମିଷ୍ଠାଙ୍କ ସହ ସହଯୋଗୀ ଝୁନୁଙ୍କୁ ଗିରଫ କରିଥିଲା ପୋଲିସ୍ । ତାଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଥିଲା । କ୍ରାଇମ୍ବ୍ରାଞ୍ଚର ରିମାଣ୍ଡ ଆବେଦନର ଶୁଣାଣି କରି କୋର୍ଟ ୪ ଅଭିଯୁକ୍ତଙ୍କୁ ୫ ଦନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ତେବେ ଆଜି କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଜେରା ଆରମ୍ଭ କରିଛି । ଅନ୍ୟ ତିନି ଅଭିଯୁକ୍ତଙ୍କର ମଧ୍ୟ ଚାଲିଛି ଜେରା । ଚାରି ଅଭିଯୁକ୍ତଙ୍କ ଵୟାନ ରେକର୍ଡ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts