“ଆପଣ ଦେଶପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ମୁଁ ପୁରଣ କରିବି”: ରାଜୀବ ଗାନ୍ଧୀଙ୍କ ଜୟନ୍ତୀରେ ବାପାଙ୍କୁ ମନେ ପକାଇଲେ ରାହୁଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଆଜି ହେଉଛି ୭୮ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ତାଙ୍କୁ ମନେ ପକାଇଛନ୍ତି ତାଙ୍କ ପୁତ୍ର ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏହି ଅବସରରେ ରାହୁଲ ଓ ପ୍ରିୟଙ୍କା ବୀରଭୂମି ଯାଇ ରାଜୀବଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ରାହୁଲ ଓ ପ୍ରିୟଙ୍କାଙ୍କ ସହ ରବର୍ଟ ଭଦ୍ରା, କଂଗ୍ରେସ ସାଂସଦ କେସି ଭେନୁଗୋପାଳ ଓ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏହି ଅବସରରେ ପିତା ରାଜୀବଙ୍କୁ ମନେପକାଇ ରାହୁଲ ଏକ ଟୁଇଟ କରିଛନ୍ତି। ଏହି ଟୁଇଟରେ ରାଜୀବଙ୍କର ଏକ ଭିଡିଓ ଶେୟାର କରିବା ସହ ରାହୁଲ ଲେଖିଛନ୍ତି, ବାପା, ଆପଣ ସବୁବେଳେ ମୋ ସହ ଅଛନ୍ତି । ମୋ ହୃଦୟରେ ଅଛନ୍ତି । ଆପଣ ଦେଶପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ପୁରଣ କରିବାକୁ ମୁଁ ସବୁବେଳେ ପ୍ରୟାସ ଜାରି ରଖିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅବସରରେ ଟୁଇଟ କରି ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୋଦି ନିଜ ଟୁଇଟ ରେ ଲେଖିଛନ୍ତି, “ଆମର ପୂର୍ବତନ ପ୍ରଧାମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀରେ ତାଙ୍କୁ କୋଟି କୋଟି ପ୍ରଣାମ ।” ସୂଚନାଯୋଗ୍ୟ, ରାଜୀବ ଗାନ୍ଧୀ ୨୦ ଅଗଷ୍ଟ ୧୯୪୪ରେ ଜନ୍ମନେଇଥିବା ବେଳେ ମାତ୍ର ୩୭ ବର୍ଷ ବୟସରେ ରାଜନୀତିରେ ଯୋଗ ଦେଇଥିଲେ । ଏହାପରେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

Related Posts