ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତକାଲି ସନ୍ଧ୍ୟାରେ ପ୍ରଧାମନ୍ତ୍ରୀ ମୋଦି ଦେଶବାସୀଙ୍କୁ କରିଥିବା ଅପିଲକୁ ନେଇ ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଟାର୍ଗେଟ କରିଛନ୍ତି । ରାହୁଲ ନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି, ଗତକାଲି, ମୋଦି ସୁନା କିଣନ୍ତୁ ନାହିଁ, ବିଦେଶ ଯାତ୍ରା କରନ୍ତୁ ନାହିଁ, ପେଟ୍ରୋଲ ବ୍ୟବହାର କମ କରନ୍ତୁ, ସାର ଏବଂ ରନ୍ଧନ ତେଲ ବ୍ୟବହାର କମ କରନ୍ତୁ, ମେଟ୍ରୋରେ ଯାତ୍ରା କରନ୍ତୁ ଏବଂ ଘରୁ କାମ କରନ୍ତୁ ପରି ବହୁତ ଗୁଡିଏ ଉପଦେଶ ଦେଇଥିଲେ ।
ହେଲେ ଏଗୁଡ଼ିକ ଉପଦେଶ ନୁହେଁ, ବରଂ ବିଫଳତାର ପ୍ରମାଣ। ୧୨ ବର୍ଷ ମଧ୍ୟରେ ଦେଶ ଏପରି ଏକ ସ୍ଥାନରେ ପହଞ୍ଚିଛି ଯେଉଁଠାରେ ଜନସାଧାରଣଙ୍କୁ କହିବାକୁ ପଡିବ ଯେ କଣ କିଣିବେ ଏବଂ କଣ କିଣିବେ ନାହିଁ, କେଉଁଠି ଯିବେ ଏବଂ କେଉଁଠି ଯିବେ ନାହିଁ। ପ୍ରତ୍ୟେକ ଥର, ସେମାନେ ଦାୟିତ୍ୱ ଜନତାଙ୍କ ଉପରେ ନ୍ୟସ୍ତ କରନ୍ତି ଯାହା ଦ୍ୱାରା ସେମାନେ ଉତ୍ତରଦାୟିତ୍ୱରୁ ଖସିପାରିବେ। ଦେଶ ଚଳାଇବା ଆଉ ପ୍ରଧାନମନ୍ତ୍ରୀଙ୍କ କ୍ଷମତାରେ ନାହିଁ ବୋଲି କହିଛନ୍ତି ରାହୁଲ ।
