ଦଳକୁ ରାଜ୍ୟରେ ସସକ୍ତ କରିବି : ଜିଗ୍ନେଶ ମେବାନି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଗତକାଲି ଗୁଜୁରାଟ କଂଗ୍ରେସ ର ୭ଜଣ କାର୍ଯ୍ୟକାରୀ ସଭାପତି ଙ୍କୁ ନିଯୁକ୍ତି ଦେବା ପରେ ଆଜି ନବ ନିଯୁକ୍ତ କାର୍ଯ୍ୟକାରୀ ସଭାପତି ଯିଗ୍ନେଶ ମେବାନି ଗଣମାଧ୍ୟମ କୁ କହିଛନ୍ତି ଯେ “ମୁଁ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଛି। ଗୁଜରାଟ ଏବଂ ଦିଲ୍ଲୀର ନେତାମାନେ ମୋତେ କାର୍ଯ୍ୟକାରୀ ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଇଥିବାରୁ ମୁଁ କୃତଜ୍ଞ। ମୁଁ ଓ କର୍ଯ୍ୟକାରି ସଭାପତି ପଦରେ ନିଯୁକ୍ତ ହୋଇଥିବା ଅନ୍ୟ ସମସ୍ତ ନେତା ଶକ୍ତିଶାଳୀ ନେତା। ଆମେ ଅନ୍ୟାୟ ବିରୁଦ୍ଧ ରେ ସ୍ୱର ଉତ୍ତୋଳନ କରିବୁ ଲୋକମାନଙ୍କ ନ୍ୟାୟ ପାଇଁ ଲଢ଼ିବୁ।”

ମେଭାନୀ ଆହୁରି କହିଛନ୍ତି, “ଆମେ କଂଗ୍ରେସକୁ ଶକ୍ତିଶାଳୀ କରିବୁ ଏବଂ ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବୁ”।
“ଆମେ ସର୍ବୋତ୍ତମ ମନିଫେଷ୍ଟୋ ପ୍ରସ୍ତୁତ କରିବୁ ଏବଂ ନିଶ୍ଚିତ କରିବୁ ଯେ କଂଗ୍ରେସ ସରକାର ଗଠନର ୬ ମାସ କିମ୍ବା ୧୦୦ ଦିନ ମଧ୍ୟରେ ଆମ ପ୍ରତିଶ୍ରୁତି ସବୁ ପୁରାଣ କରିବୁ।”
ଗୁଜୁରାଟରେ ଅଧିକ ଆକ୍ରମଣାତ୍ମକ ତଥା ଶକ୍ତିଶାଳୀ କଂଗ୍ରେସ ହେବ କି ? ବୋଲି ପଚରାଯିବାରୁ ମେଭାନୀ ଉତ୍ତର ଦେଇଛନ୍ତି, “ହଁ, ହଁ ଏବଂ କେବଳ ଗୋଟିଏ କଥା: ଆମ ସମସ୍ତଙ୍କୁ ଲଢ଼ିବାକୁ ହେବ।ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।”

Related Posts