ଆସନ୍ତାକାଲି ବାହୁଡ଼ା ଯାତ୍ରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି ବାହୁଡ଼ା ଯାତ୍ରା । ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାରେ କିଭଳି ସଅଳ ନୀତିକାନ୍ତି କରାଯିବ, ସେ ନେଇ ଜିଲ୍ଲାପାଳଙ୍କ ସହ ଦଇତାପତି ନିଯୋଗର ଆଲୋଚନା ହୋଇଛି। ସୁନାବେଶରେ ଏଥର ପ୍ରବଳ ଜନସମାଗମ ହେବା ଦୃଷ୍ଟିରୁ ରାତି ଗୋଟାଏ ଯାଏଁ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି।

ସୁନାବେଶ ସମୟରେ ବିଗ୍ରହଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ ଓ ତିନି ରଥର ଉଭୟ ପାର୍ଶ୍ୱରେ ପାଇପ୍ ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts