ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦ୍ୱାରା ରାମ ମନ୍ଦିର ନିର୍ମାଣ ନିଷ୍ପତି ପରେ ଏବେ କେନ୍ଦ୍ର ସରକାର ଏହି ଦିଗରେ ଆଗକୁ ବଢିଛନ୍ତି । ରାମ ମନ୍ଦିର ଟ୍ରଷ୍ଟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏନେଇ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜମି ଓ ଟ୍ରଷ୍ଟ ଉପରେ ଲୋକସଭାରେ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାମ ନ୍ଦିର ନିର୍ମାଣ ପାଇଁ ଏକ ସ୍ୱାୟତ ଟ୍ରଷ୍ଟ ନିର୍ମାଣ ହେବ । ଏହି ଟ୍ରଷ୍ଟର ନାମ ରହିବ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ରାମ ଜନ୍ମଭୂମି ତଥା ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ହେବ । ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଏହି ଟ୍ରଷ୍ଟ ନିଷ୍ପତି ନେବ ।

ଆଜି ସକାଳେ କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ରାମ ମନ୍ଦିରକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ଓ ଏହା ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇ ଯୋଜନା ପ୍ରସ୍ତୁତ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱାୟ୍ ଟ୍ରଷ୍ଟ ଶ୍ରୀରାମ ଜନ୍ମଭୂମି ଗଠନ ଉପରେ ପ୍ରସ୍ତାବ ପାରିତ କରାଯାଇଛି ।

Related Posts