ୱେଷ୍ଟଇଣ୍ଡିଜ ଖେଳାଳୀ ମାରଲୋନ ସାମୁଏଲ୍ସଙ୍କୁ ୬ ବର୍ଷ ପାଇଁ ବ୍ୟାନ୍ କଲା ଆଇସିସି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ଚର୍ଚ୍ଚିତ ଖେଳାଳୀ ମାର୍ଲୋନ ସାମୁଏଲ୍ସଙ୍କୁ ଅର୍ନ୍ତଜାତୀୟ କ୍ରିକେଟ ପରିଷଦ (ଆଇସିସି) ୬ ବର୍ଷ ପାଇଁ ବ୍ୟାନ୍ କରିଛି । ସାମୁଏଲ୍ସ ୱେଷ୍ଟଇଣ୍ଡିଜ ପାଇଁ ଅନେକ ସୁନ୍ଦର ପ୍ରଦର୍ଶନ କରିଛନ୍ତି । ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଘରୋଇ କ୍ରିକେଟ ଖେଳୁଛନ୍ତି । ହେଲେ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଇସିସି ତାଙ୍କ ଉପରେ ୬ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି । ଏହି କାରଣରୁ ଆଗାମୀ ୬ ବର୍ଷ ପର୍ଯ୍ୟନ୍ତ ସାମୁଏଲ୍ସ କୌଣସି ଫର୍ମାଟରେ କ୍ରିକେଟ ଖେଳିପାରିବେ ନାହିଁ ।

ଏମିରେଟ୍ସ କ୍ରିକେଟ ବୋର୍ଡର ଦୁର୍ନୀତି ନିରୋଧୀ ଆଇନ ଉଲଙ୍ଘନ କରିଥିବା ଜଣାପଡିଛି । ଆଇସିସିର ମାନବ ସମ୍ବଳ ଅଧିକାରୀ ଓ ଇଣ୍ଟିଗ୍ରେଟ ୟୁନିଟର ମୁଖ୍ୟ ଏଲେକ୍ସ ମାର୍ଶନ ଗୁରୁବାର ଦିନ ସାମୁଏଲ୍ସଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେ କହିଛନ୍ତି କି ସାମୁଏଲ୍ସ ପାଖାପାଖି ୨୦ ବର୍ଷ ହେବ କ୍ରିକେଟ ଖେଳୁଛନ୍ତି । ଏହି କ୍ରମରେ ସେ ଅନେକ ଥର ଦୁର୍ନୀତି ନିରୋଧୀ ବୈଠକରେ ଭାଗ ନେଇଛନ୍ତି । ହେଲେ ଏବେ ସେ ଅବସର ନେଇଛନ୍ତି । ମାତ୍ର ତାଙ୍କ ଉପରେ ଆସିଥିବା ଅଭିଯୋଗ ଯାହା ରହିଛି ତାହା ସେ ଅର୍ନ୍ତଜାତୀୟ କ୍ରିକେଟ ଖେଳୁଥିବା ବେଳେ ଦୁର୍ନୀତି କରିଛନ୍ତି ।

ଅଭିଯୋଗ ରହିଛି କି, ସାମୁଏଲ୍ସ ଆବୁଧାବି ଟି-୧୦ ଲିଗ୍ କ୍ରମରେ ୨୦୧୯ ରେ ଦୁର୍ନୀତି ନିରୋଧୀ ନିୟମ ଭାଙ୍ଗିଥିଲେ । ତାଙ୍କ ଉପରେ ୪ଟି ଧାରାରେ ମାମଲା ରହିଛି । ଏହା ପୂର୍ବରୁ ସେ ୨୦୦୮ ମସିହାରେ ଟଙ୍କା ନେଇଥିବା ଅଭିଯୋଗ ରହିଥିଲା । ଆଇସିସି ତରଫରୁ ସାମୁଏଲ୍ସଙ୍କୁ ସେତେବେଳେ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ସେତେବେଳ ତାଙ୍କ ଉପରେ ୨ ବର୍ଷ ପାଇଁ ପ୍ରତିବନ୍ଧକ ଲାଗିଥିଲା । ଏହାସହ ୨୦୧୫ ମସିହାରେ ବୋଲି ଆକ୍ସନକୁ ନେଇ ମଧ୍ୟ ତାଙ୍କୁ ୧ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ସାମୁଏଲ୍ସ ୱେଷ୍ଟଇଣ୍ଡିଜ ଟିମ୍ ପାଇଁ ଶେଷଥର ୨୦୧୬ ମସିହାରେ ଟେଷ୍ଟ କ୍ରିକେଟ ଖେଳିଥିଲେ । ସେହିଭଳି ୨୦୧୮ ମସିହାରେ ସେ ଦଳ ପାଇଁ ଶେଷଥର ଏକଦିବସୀୟ ମ୍ୟାଚ୍ ଖେଳିଥିଲେ ।

Related Posts