କ୍ରିକେଟ୍ ବିଶ୍ୱକପ୍ ୨୦୧୯ : ଟସ୍ ଜିତି ବ୍ୟାଟିଂ ଆରମ୍ଭ କଲା ଭାରତ

କ୍ରିକେଟ୍ ବିଶ୍ୱକପ୍ ୨୦୧୯ ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ଟସ୍ ଜିତିଲା ଭାରତ । ଇଂଲଣ୍ଡର ଓଭାଲ ପଡ଼ିଆରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ । ଟସ୍ ଜିତି ଏଭଳି ନିଷ୍ପତି ନେଇଛନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି । ଆଉ କିଛି ସମୟ ପରେ ଆରମ୍ଭ ହେବ ସୁପର ସଣ୍ଡେର ସୁପର ମୁକାବିଲା ।

ସେପଟେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି କହିଛନ୍ତି ଯେ, ପୂର୍ବ ମ୍ୟାଚରେ ଖେଳାଯାଇଥିବା ପ୍ଲେଇଂ ଏକାଦଶକୁ ନେଇ ଏହି ମ୍ୟାଚ ଖେଳୁଛି ଭାରତ । ତେବେ ଦଳରେ କୌଣସି ପରିବର୍ତ୍ତନ ହୋଇ ନାହିଁ ବୋଲି କହିଛନ୍ତି ଭାରତୀୟ କ୍ୟାପଟେନ୍ କହିଲେ ବିରାଟ ।

Related Posts