ଓଏଏସ୍ ହେଲେ ଦୃଷ୍ଟିବାଧିତ ତପସ୍ବିନୀ

ଦୃଢ ଇଚ୍ଛାଶକ୍ତି, ଧର୍ଯ୍ୟ ଆଉ ଅଧ୍ୟବସାୟ ଦ୍ବାରାଯେ ସବୁ କିଛି ସମ୍ଭବ ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଭୁବନେଶ୍ବରର ଦୃଷ୍ଟିବାଧିତ ଓଏଏସ୍ ତପସ୍ବିନୀ ଦାସ । ଓ.ପି.ଏସ.ସି ଦ୍ବାରା ପରିଚାଳିତ ୨୦୧୮ ମସିହା ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ଜଣେ ଦୃଷ୍ଟିବାଧିତ ମହିଳା ଭାବରେ ୧୬୧ ତମ ସ୍ଥାନରେ ରହି ତପସ୍ବିନୀ ନିଜର ଦକ୍ଷତାର ପ୍ରମାଣ ଦେଖାଇଛନ୍ତି ।
ପିଲାଟି ଦିନରୁ ଡାକ୍ତରଙ୍କ ଅବହେଳା କାରଣରୁ ଦୁଇଟି ଆଖିର ଦୃଷ୍ଟିଶକ୍ତି ହରାଇଥିବା ତପସ୍ବିନୀ କେବେବି ନିଜକୁ ଅସହାୟ ମନେ କରିନାହାନ୍ତି । ଦ୍ବିତୀୟ ଶ୍ରେଣୀରେ ପଢୁଥିବା ସମୟରେ ଦୃଷ୍ଟିଶକ୍ତି ହରାଇଥିବା ତପସ୍ବିନୀ ରାଜଧାନୀର ଏକ ଦୃଷ୍ଟିହୀନ ବିଦ୍ୟାଳୟରେ ବ୍ରେଲି ମାଧ୍ୟମରେ ପାଠପଢି ମ୍ୟାଟ୍ରିକ ପାସ୍ କରିବା ପରେ ଯୁକ୍ତ ୨ ଏବଂ ଯୁକ୍ତ ୩ କଳା ସଫଳତାର ସହ ସମାପ୍ତ କରିଥିଲେ । ନବମ ଶ୍ରେଣୀରେ ପାଠ ପଢିବା ସମୟରୁ ଭବିଷ୍ୟତରେ ଜଣେ ସିଭିଲ୍ ସର୍ଭ୍ୟାଣ୍ଟ ହେବାର ସ୍ବପ୍ନ ତାଙ୍କର ଶେଷରେ ସମ୍ଭବ ହୋଇଛି ।

ତପସ୍ବିନୀଙ୍କ ପ୍ରଥମ ଉଦ୍ୟମରେ ଓଏଏସ୍ ପାଇବାକୁ ନେଇ ତାଙ୍କ ପିତା ଅବସରପ୍ରାପ୍ତ ଓଡିଶା କୋପୋରେଟିଭ୍ଡେ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ଅରୁଣ କୁମାର ଦାସ ସନ୍ତୋଷ ବ୍ୟକ୍ତ କରିଥିଲେବି ୟୁପିଏସସି ତପସ୍ବିନୀର ପ୍ରଥମ ପସନ୍ଦ ବୋଲି କହିଛନ୍ତି । ୧୬ ବର୍ଷର ନିରବଚ୍ଛିନ୍ନ ସାଧନାର ଫଳ ପାଇଥିବାରୁ ତପସ୍ବିନୀଙ୍କ ଶିକ୍ଷୟତ୍ରୀ ମା କୃଷ୍ଣପ୍ରିୟା ମହାନ୍ତି ଈଶ୍ବରଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେମାନଙ୍କ ପାଇଁ ତପସ୍ବିନୀ ଉଭୟ ପୁଅ ଆଉ ଝିଅ ବୋଲି ଗର୍ବର ସହ କହିଛନ୍ତି ।

ଆଜିର ପରିବର୍ତ୍ତିତ ପ୍ରତିଯୋଗିତା ମୂଳକ ସମୟରେ ବିନା ଦୃଷ୍ଟି ଶକ୍ତିରେ ପରୀକ୍ଷାରେ କୃତକାର୍ଯ୍ୟ ହେବାର ସମ୍ପର୍କରେ ତପସ୍ବିନୀ କହନ୍ତି ଏଥିପାଇଁ ତାଙ୍କୁ ଅନେକ ପ୍ରଚେଷ୍ଠା କରିବାକୁ ପଡିଛି । ସମସ୍ତ ଆବର୍ଶକୀୟ ପୁସ୍ତକକୁ ସ୍କାନକରି ଅଡିଓ ଫର୍ମାଟକୁ ପରିବର୍ତ୍ତନ କରି ପ୍ରସ୍ତୁତ ହେବାକୁ ପଡୁଥିବା କଥା କହିଛନ୍ତି ।

ଭାରତର ପ୍ରଥମ ଦୃଷ୍ଟିବାଧିତ ମହିଳା ପ୍ରାଞ୍ଜଲ ପାଟିଲ ତପସ୍ବିନୀଙ୍କ ରୋଲ୍ ମଡେଲ୍ ହୋଇଥିବା ବେଳେ ୟୁପିଏସସି ରେ ଥିବା ଦୃଷ୍ଟିବାଧିତଙ୍କ ପାଇଁ ସଂରକ୍ଷଣ ତାଙ୍କୁ ଆଗାମୀ ଦିନରେ ଜଣେ ଆଇଏଏସ ହେବାରେ ନିଶ୍ଚୟ ସାହାର୍ଯ୍ୟ କରିବ ବୋଲି ଦୃଢତାର ସହ କହିଛନ୍ତି । ତପସ୍ବିନୀଙ୍କ ଏହି ସଫଳତା ସମଗ୍ର ରାଜ୍ୟରେ ଥିବା ହଜାର ହଜାର ଦୃଷ୍ଟିବାଧିତଙ୍କ ମଧ୍ୟରେ ଏକ ନୂଆ ଆତ୍ମପ୍ରତୟ ସୃଷ୍ଠି କରିଛି । ତାଙ୍କର ଏହି ସଫଳତା ପାଇଁ ଓଡିଶା ସରକାରଙ୍କ ବିଭାଗୀୟ କମିଶନର ଶ୍ରୀମତୀ ସୂଲୋଚନା ଦାସ ଗଭୀର ଖୁସି ବ୍ୟକ୍ତ କରିବା ସହ ବିଭାଗ ପକ୍ଷରୁ ଖୁବ୍ ଶିଘ୍ର ତାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦେଇଛନ୍ତି । ଏଠାରେ ସ୍ମରଣଯୋଗ୍ୟ ନିକଟ ଅତିତରେ ଓଡିଶାର ପ୍ରଥମ ଦୃଷ୍ଟିବାଧିତ ଓଏଏସ୍ ଅଫିସର ଭାବରେ ଶ୍ରୀଯୁକ୍ତ ସନ୍ୟାସୀ ବେହେରା ସଫଳତା ତପସ୍ବିନୀଙ୍କ ପରି ଅନେକ ଦୃଷ୍ଟିବାଧିତଙ୍କୁ ଆଶାର ଆଲୋକ ଦେଖାଇଥିଲା ।

Related Posts