ଯଦି ଆସନ୍ତା କାଲି ନିର୍ମାଣ ବେଆଇନ ଘୋଷଣା ହୁଏ; ତାହାଲେ ଦାୟୀ କିଏ ହେବ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଏଏସଆଇର ସତ୍ୟପାଠ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କେବଳ ଏତିକି ନୁହେଁ ବରଂ ଯଦି ଆସନ୍ତାକାଲି ନିର୍ମାଣ ବେଆଇନ ଘୋଷଣା ହୁଏ, ତେବେ ଏଥିପାଇଁ କିଏ ଦାୟୀ କିଏ ରହିବ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଏଏସଆଇ ରିପୋର୍ଟରେ ଐତିହାସିକ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି ହୋଇଥିବା ଦର୍ଶାଯାଇଛି । ଖନନ ଯୋଗୁଁ କୀର୍ତ୍ତିରାଜି ଉପରେ ପ୍ରଭାବ ପଡିବ କି ନାହିଁ ସେ ନେଇ ଅନୁଧ୍ୟାନ ହୋଇନାହିଁ । ଭୂତଳସ୍ତରୀୟ ଅନୁଧ୍ୟାନ ହୋଇନି ବୋଲି ମଧ୍ୟ ଉଲ୍ଲେଖ ରହିଛି । ଏଥିସହ ଖନନ ପାଇଁ ଆବଶ୍ୟକ ଅନୁମତି ନିଆଯାଇ ନ ଥିବା ଏଏସଆଇ ରିପୋର୍ଟରେ ଦର୍ଶାଯାଇଛି ।

ଏଭଳି ପରିସ୍ଥିତିରେ ମହାପ୍ରଭୁ ଜଗନ୍ନାଥ ନିଜେ ନିଜକୁ ଓ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଏକ ନିର୍ବାଚିତ ସରକାରଙ୍କ ବେଆଇନ କାର‌୍ୟ୍ୟରୁ ରକ୍ଷା ପାଇବାକୁ ଚେଷ୍ଟିତ ବୋଲି ଅପରାଜିତା ଟ୍ୱିଟ୍ କରିଛନ୍ତି । ଏଥିସହ ସେ ଟ୍ୱିଟ କରିଛନ୍ତି, ଏକ ନିର୍ବାଚିତ ସରକାରଙ୍କ ବେଆଇନ କାର‌୍ୟ୍ୟରୁ ରକ୍ଷା ପାଇବାକୁ ମହାପ୍ରଭୁ ଚେଷ୍ଟିତ ଅଛନ୍ତି। ଐତିହାସିକ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି ଏଏସଆଇର ରିପୋର୍ଟରେ ରହିଛି । କୀର୍ତ୍ତିରାଜି ଉପରେ ଏହାର ପ୍ରଭାବ ପଡ଼ିବ ନ ନାହିଁ ଅନୁଧ୍ୟାନ ହୋଇନି ବୋଲି ଦର୍ଶାଯାଇଛି । ବଡ଼ ବଡ଼ ଗାତ ଖୋଳି ଚାଲିଥିବା ନିର୍ମାଣ କାର‌୍ୟ୍ୟ ନିମନ୍ତେ କୌଣସି ଅନୁମତି ପ୍ରଦାନ କରାଯାଇ ନାହିଁ । ଏହି ନିର୍ମାଣ କାର‌୍ୟ୍ୟ ନିମନ୍ତେ ସାଧାରଣ ଲୋକଙ୍କ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି । ଏହି ଅର୍ଥରେ ନିର୍ମାଣ ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରେ କରାଯାଇ ପାରିଥାନ୍ତା । ଯଦି କାଲି ନିର୍ମାଣ ବେଆଇନ ଘୋଷଣା ହୁଏ, ଦାୟୀ କିଏ ରହିବ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts