ପରଲୋକରେ ପୂର୍ବତନ ସାଂସଦ ମୋରିସ କୁଜୁର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସୁନ୍ଦରଗଡ଼ର ପୂର୍ବତନ ସାଂସଦ ମୋରିସ କୁଜୁରଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ମୋରିସ୍ କୁଜୁର୍ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ି ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ କଂଗ୍ରେସରେ ଯୋଗ ଦେଇ ସେ ୧୯୮୪ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୯୬ ମସିହାରୁ ୨୦୦୨ ଯାଏଁ ରାଜ୍ୟସଭା ସଦସ୍ୟ ବି ଥିଲେ । ୨୦୦୮ରୁ ୨୦୧୧ ମସିହା ଯାଏଁ ମୋରିସ୍ କୁଜୁର୍ କେନ୍ଦ୍ର ସରକାରଙ୍କ ST କମିସନର ଅଧ୍ୟକ୍ଷ ଥିଲେ ।


୧୯୩୫ ମସିହା ନଭେମ୍ବର ୨ ତାରିଖରେ ମୋରିସ୍ କୁଜୁର୍ ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରିକେଲା ଥାନା ଭାଲୁମୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ କୋଲକାତାରେ ଶିକ୍ଷା ଶେଷ କରିବା ପରେ ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ବ୍ଲକ୍ ଅନ୍ତର୍ଗତ ଗାଇବିରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରିଥିଲେ।

Related Posts