‘ଯଦି ମୁଁ ଦୋଷୀ, ଆସ ମୋତେ ଗିରଫ କର’; ଇଡି ର ସମନ୍ ସତ୍ତ୍ୱେ ହଜାର ନହୋଇ ଚ୍ୟାଲେଞ୍ଜ ଦେଲେ ହେମେନ୍ତ ସୋରେନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଖଣି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରାଞ୍ଚି କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରିଥିଲା। ତେବେ ସେ ସମନ ଅନୁସାରେ ଜେରା ପାଇଁ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇନାହାନ୍ତି। ତେବେ ହଜାର ନହୋଇ ସେ ସିଧାସଳଖ କେନ୍ଦ୍ର ସରକାର ଓ ଇଡିକୁ ଟାର୍ଗେଟ କରିଛନ୍ତି।

ଆଜି ହେମନ୍ତ ଇଡି ନିକଟରେ ହାଜର ନ ହୋଇ ନିଜ ବାସଭବନ ବାହାରେ ଓ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଉପସ୍ଥିତିରେ ଇଡି ଓ କେନ୍ଦ୍ର ବିରୋଧରେ ବର୍ଷିଛନ୍ତି। ଏହାସହିତ କେନ୍ଦ୍ର ସରକାର ଓ ଇଡିକୁ ତାଙ୍କୁ ଗିରଫ କରିବା ପାଇଁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଇଡି ଓ କେନ୍ଦ୍ରକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି, “ଯଦି ମୁଁ ଦୋଷୀ, ତା’ହେଲେ କାହିଁକି ଆପଣ ମୋତେ ପଚରା ଉଚରା କରିବେ ? ଆପଣ ଆସନ୍ତୁ ଓ ମୋତେ ଗିରଫ କରନ୍ତୁ। ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ ହଇରାଣ କରିବାକୁ ଏହା ଏକ ବିଧିବଦ୍ଧ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ବିଜେପି କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର ଅପବ୍ୟବହାର କରି ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଝାରଖଣ୍ଡ ସରକାରରେ ଅସ୍ଥିରତା ସୃଷ୍ଟି କରୁଛି। ମୁଁ ଇଡି ଓ ସିବିଆଇକୁ ଆଦୌ ଡରେନାହିଁ। ବିରୋଧୀଙ୍କ ସ୍ୱରକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ସାମ୍ବିଧାନିକ ସଂସ୍ଥାର ଅପବ୍ୟବହାର କରୁଛନ୍ତି। କିନ୍ତୁ ଏହି ଷଡ଼ଯନ୍ତ୍ରକୁ ଉଚିତ ଜବାବ ମିଳିବ ବୋଲି ହେମନ୍ତ କହିଛନ୍ତି।

ଦଳୀୟ କର୍ମୀଙ୍କୁ ହେମନ୍ତ ସୋରେନ କହିଛନ୍ତି ଯେ, ଆଜି ସେ ଛତିଶଗଡ଼ର ରାୟପୁରେ ଆୟୋଜିତ ଆଦିବାସୀ ମହୋତ୍ସବରେ ସେ ଯୋଗ ଦେବାକୁ ଯିବେ। ଏଥିସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପଳାତକ ଘୋଷିତ ବ୍ୟବସାୟୀଙ୍କୁ ଧରୁ ନଥିବା ବେଳେ କେବଳ ରାଜନୀତିକ ଆକ୍ରୋଶ ରଖି କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, କୋଇଲା ଖଣି ଦୁର୍ନୀତି ମାମଲାରେ ନିଜେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସାମିଲ ଥିବା ଇଡି ଆଶଙ୍କା କରିଛି। ଏଥିପାଇଁ ଆଜି ତାଙ୍କୁ ଏ ପ୍ରସଙ୍ଗରେ ଇଡିର ଅଧିକାରୀମାନେ ଜେରା କରିବାକୁ ଚାହୁଁଥିଲେ। ହେମନ୍ତ ସୋରେନଙ୍କୁ ରାଞ୍ଚି ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ ବି କରାଯାଇଥିଲା। କିନ୍ତୁ ସେ ସମନ ଅନୁସାରେ ହାଜର ହୋଇ ନାହାନ୍ତି।

Related Posts