ମୁଁ କ୍ଷମତାରେ ଥିବାବେଳେ ବିପଜ୍ଜନକ ନଥିଲି ହେଲେ ବର୍ତ୍ତମାନ ହେବି: ଇମ୍ରାନ ଖାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ନୂତନ ପ୍ରଧାନମନ୍ତ୍ରୀଙ୍କୁ ବଛା ଯାଇଛି । ସେପଟେ ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ ଇମ୍ରାନ ଖାନ ଅନାସ୍ଥା ପ୍ରସ୍ତାବରେ ଗାଦିଚ୍ୟୁତ ହୋଇଛନ୍ତି । ଯାହାକୁ ସହଜରେ ଇମ୍ରାନଙ୍କ ସମର୍ଥକଙ୍କ ସମେତ ସେ ନିଜେ ମଧ୍ୟ ହଜମ କରିପାରୁ ନାହାନ୍ତି । ଏହା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ କ୍ଷମତାରେ ଥିବା ବେଳେ ବିପଜ୍ଜନକ ନ ଥିଲେ ଏବଂ ଏବେ ବିପଜ୍ଜନକ ହେବେ ବୋଲି ବୁଧବାର ଦିନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଚେତାବନୀ ଦେଇ କହିଛନ୍ତି। ସେପଟେ ପେଶାୱାର୍ରେ ଆୟୋଜିତ ରାଲିରେ ଉଦ୍ବୋଧନ ଦେବା ବେଳେ ସେ କହିଛନ୍ତି, ସରକାରର ଅଂଶବିଶେଷ ଥିବା ବେଳେ ମୁଁ ବିପଜ୍ଜନକ ନ ଥିଲି, କିନ୍ତୁ, ଏଥର ଅଧିକ ବିପଜ୍ଜନକ ହେବି।

ଷଡ଼ଯନ୍ତ୍ର କରି ତାଙ୍କୁ ପ୍ରଧାନମନ୍ତ୍ରୀ ପଦର ହଟାଇ ଦିଆଯାଇଛି ବୋଲି ଅଭିଯୋଗ କରି ସେ ପଚାରିଛନ୍ତି ଯେ, ଗତ ସପ୍ତାହରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପୂର୍ବରୁ ରାତି ଅଧରେ କାହିଁକି ଅଦାଲତ ସବୁ ଖୋଲାଯାଇଥିଲା? ମୁଁ କ’ଣ କୌଣସି ଆଇନ ଉଲ୍ଲଂଘନ କରିଥିଲି? ସେ କହିଛନ୍ତି, ବିଚାର ବିଭାଗ ସ୍ବାଧୀନ ଭାବେ କାର‌୍ୟ୍ୟ କରି ନ ଥିଲା। ମୁଁ ମୋର ସମୁଦାୟ ରାଜନୈତିକ କ୍ୟାରିୟର୍ରେ ଜନସାଧାରଣଙ୍କୁ ପ୍ରତିଷ୍ଠାନମାନଙ୍କ ବିରୋଧରେ ଉସକାଇ ନାହିଁ ବୋଲି ଇମ୍ରାନ ଖାନ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଏନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି ।

Related Posts