୨୦ରୁ ୨୫ ବର୍ଷ ମଧ୍ୟରେ ଗଠନ ହେବାକୁ ଯାଉଛି ଅଖଣ୍ଡ ଭାରତ: ମୋହନ ଭାଗବତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଇଏସଏସ ମୁଖ୍ୟ ମୋହନ ଭାଗବତ ପୁଣିଥରେ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ୨୦ରୁ ୨୫ ବର୍ଷ ଭିତରେ ଅଖଣ୍ଡ ଭାରତ ପ୍ରତିଷ୍ଠା ହେବ । କିନ୍ତୁ ଅଳ୍ପ ପ୍ରୟାସ କଲେ ସ୍ୱାମୀ ବିବେକାନନ୍ଦ ଓ ମହର୍ଷି ଦୟାନନ୍ଦଙ୍କ ଅଖଣ୍ଡ ଭାରତ ସ୍ୱପ୍ନ ୧୦ରୁ ୧୫ ବର୍ଷ ମଧ୍ୟରେ ହୋଇପାରିବ । ଏହାକୁ କେହି ରୋକିବା ପାଇଁ ନାହାଁନ୍ତି । ଯିଏ ରାସ୍ତାରେ ଆସିବ ସେ ମାଟିରେ ମିଶିଯିବ । ଯେପରି ଭାବେ ଭଗବାନ କୃଷ୍ଣଙ୍କ ଆଙ୍ଗୁଠିରୁ ଗୋବର୍ଦ୍ଧନ ପର୍ବତ ଉଠିଥିଲା ସେପରି ସନ୍ଥଙ୍କ ଆଶୀର୍ବାଦ ଦ୍ୱାରା ଭାରତ ପୁଣି ଅଖଣ୍ଡ ଭାରତ ହୋଇପାରିବ ବୋଲି କହିଛନ୍ତି । ଏହା ସହ ଭାରତ ଉତ୍ଥାନର ଟ୍ରାକରେ ଏବେ ଗତି କରୁଛି । ଏହାର ରାସ୍ତାରେ ଯିଏ ଆସିବ ସିଏ ମାଟିରେ ମିଶିଯିବ । ଭାରତ ଏହେ ଉନ୍ନତି ନ ଛୁଇଁବା ଯାଏଁ ଅଟକିବ ନାହିଁ । ଏହାକୁ ରୋକିବା ପାଇଁ କେହି ପ୍ରୟାସ କରିବା ଦରକାର ନାହିଁ ।

ଯିଏ ବି କଣ୍ଟା ହେବ ସେ ରାସ୍ତାରୁ ହଟିଯିବ । ଆମେ ଭିନ୍ନ କିନ୍ତୁ ଅଲଗା ନୁହେଁ । ସମସ୍ତେ ଏକ ହୋଇ ଦେଶ ପାଇଁ ବଞ୍ଚିବା ଓ ମରିବା ଦରକାର । ସେମାନେ ଅହିଂସା କଥା କହିବେ ଓ ହାତରେ ବାଡି ମଧ୍ୟ ରଖିବେ । କାରଣ ବିଶ୍ୱ ସର୍ବଦା ଶକ୍ତିକୁ ହିଁ ମାନିଥାଏ । ସଙ୍ଘ ମୁଖ୍ୟ ଆହୁରି କହିଛନ୍ତି ଯେ, ସନାତନ ଧର୍ମକୁ ଶେଷ କରିବା ପାଇଁ ଲଗାତର ପ୍ରୟାସ ହେଉଛି । କିନ୍ତୁ ସନାତନ ଧର୍ମ ଏବେବି ଉପସ୍ଥିତ ଅଛି । ଭାରତ ଏପରି ଏକ ଦେଶ ଯେଉଁଠାରେ ଦୁଷ୍ଟ ପ୍ରକୃତି ଶେଷ ହୋଇଯାଏ । ବିଦେଶୀମାନେ ଏଠାକୁ ଆସି ଶଟିକ ରାସ୍ତାରେ ଆସନ୍ତି କିମ୍ବା ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଆନ୍ତି ବୋଲି ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts