୨୦୨୪ ନିର୍ବାଚନରେ ମୁଁ ଜିତିଲେ ଭାରତ ଓ ଆମେରିକା ସମ୍ପର୍କ ଆହୁରି ନିବିଡ ହେବ: ଡୋନାଲ୍ଡ ଟ୍ରମ୍ପ

ଫ୍ଲୋରିଡା : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କ ବେଶ୍ ନିବିଡ । ଦୁହେଁ ପରସ୍ପରର ବେଶ୍ ଭଲ ବନ୍ଧୁ । ତେବେ ଏହାରି ମଧ୍ୟରେ ୨୦୨୪ ନିର୍ବାଚନ ଜିତନ୍ତି ତେବେ ଭାରତ ଓ ଆମେରିକା ସମ୍ପର୍କକୁ ଆହୁରି ନିବିଡ କରିବେ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଫ୍ଲୋରିଡାସ୍ଥିତ ତାଙ୍କ ମାର-ଏ-ଲାଗୋ ରିସୋର୍ଟରେ ରିପବ୍ଲିକାନ ହିନ୍ଦୁ କୋଲିସନ (ଆରଏଚସି) ଦ୍ୱାରା ଆୟୋଜିତ ଦୀପାବଳି କାର୍ଯ୍ୟକ୍ରମରେ ଟ୍ରମ୍ପ ଏହା କହିଛନ୍ତି।

କାର୍ଯ୍ୟକ୍ରମରେ ସାମିଲ ପ୍ରାୟ ୨୦୦ ଭାରତୀୟ-ଆମେରିକୀୟଙ୍କୁ ସମ୍ବୋଧିତ କରି ଟ୍ରମ୍ପ ତାଙ୍କର ହିନ୍ଦୁ ସମୂଦାୟ, ଭାରତ ଓ ନରେନ୍ଦ୍ର ମୋଦିଙ୍କ ସହ ସମ୍ପର୍କ ବେଶ ଉତ୍ତମ ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଯଦି ୨୦୨୪ରେ ପୁଣି ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତେବେ ଆରଏଚସିର ସଂସ୍ଥାପକ ଶଲଭ କୁମାରଙ୍କୁ ଭାରତରେ ଆମେରିକାର ରାଷ୍ଚ୍ରଦୂତ ନୋମିନେସନ କରିବେ। ଆରଏଚସି ଗତ ଶୁକ୍ରବାର ଅନୁଷ୍ଠିତ ଦୀପାବଳି କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ଭାଷଣର ଭିଡିଓ ମଙ୍ଗଳବାର ଜାରି କରାଯାଇଥିଲା। ତେବେ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ଏ ପର୍ଯ୍ୟନ୍ତ ସେ ନିର୍ବାଚନ ଲଢିବେ କି ନା ତାହା ଘୋଷଣା କରି ନଥିବା କହିଛନ୍ତି। ହେଲେ ଯଦି ସେ ନିର୍ବାଚନ ଲଢନ୍ତି ଓ ବିଜୟୀ ହୁଅନ୍ତି ତେବେ ଭାରତୀ ଆମେରିକୀୟଙ୍କ ପ୍ରତି ତାଙ୍କର ବିଶେଷ ପ୍ରତିବଦ୍ଧତା ରହିବ।

ଟ୍ରମ୍ପ କହିଥିଲେ ଯେ ମୋତେ ୨୦୧୬ ଓ ୨୦୨୦ରେ ହିନ୍ଦୁମାନଙ୍କର ଭରପୁର ସମର୍ଥନ ମିଳିଥିଲା। ମୁଁ ୱାସିଂଟନ ଡିସିରେ ଏକ ହିନ୍ଦୁ ହୋଲୋକାଷ୍ଟ ସ୍ମାରକ ନିର୍ମାଣ ବିଚାରର ସମର୍ଥନ କରୁଥିବା କହିଛନ୍ତି। ଏହି ଅବସରରେ ଆରଏଚସିର ସଂସ୍ଥାପକ ଶଲଭ କୁମାର ଟ୍ରମ୍ପଙ୍କୁ ହିନ୍ଦୁ ସମୂଦାୟର ସଚ୍ଚୋଟ ମିତ୍ର ବୋଲି କହିଛନ୍ତି। ଆରଏଚସିକୁ ଆମେରିକାରେ ସଶକ୍ତ କରିବାରେ ଗତ କିଛି ବର୍ଷରେ ମିଳିଥିବା ଉପଲବ୍ଧିକୁ ନେଇ ଆମେ ଗର୍ବିତ ବୋଲି କହିଛନ୍ତି

Related Posts