ସାବଧାନ ! ଏଥର ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ହେଲେ ହେବ କାର୍ଯ୍ୟାନୁଷ୍ଠାନ

 (ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର: ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସଂପୃକ୍ତ ସେଣ୍ଟର ଦାୟିତ୍ଵରେ ଥିବା ଅଧିକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଭାଇରାଲ୍ ନହେବା ପାଇଁ କୋଡ଼ିଂ ବ୍ୟବସ୍ଥା ହୋଇଛି । ଆଶା କରୁଛୁ ଏଥର ପ୍ରଶ୍ନପତ୍ର ଭାଇରାଲ୍ ହେବନି ବୋଲି ଗଣମାଧ୍ୟମକୁ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

 ଆଗକୁ ଆସୁଛି ମାଟ୍ରିକ ପରୀକ୍ଷା ।  ପରୀକ୍ଷା କିଭଳି ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ, ପିଲାମାନେ କିଭଳି ତ୍ରୁଟି ବିହୀନ ପରୀକ୍ଷା ଦେବେ ସେନେଇ ସରକାର ଚିନ୍ତାରେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଉଛି । ପ୍ରତି ବର୍ଷ ପ୍ରଶ୍ନପତ୍ର ଭାଇରାଲ୍ ହେଉଥିଲେ ମଧ୍ୟ ଚଳିତ ବର୍ଷ କିଭଳି ତ୍ରୁଟି ବିଚ୍ୟୁତ ଢଙ୍ଗରେ ପରୀକ୍ଷା ହେବ ସେନେଇ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି ସରକାର ।

Related Posts