ମାୟାବତୀ ଯଦି ଆଜି ଜୀବିତ ଅଛନ୍ତି ତାହାଲେ କେବଳ ବିଜେପି ପାଇଁ: ସାକ୍ଷୀ ମହାରାଜ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ମାୟାବତୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । କାହିଁକିନା କିଛିଦିନ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଥିବାର ଦେଖିବାକୁ ମିଳିଥିଲା । ବାସ ଏହା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଥିଲା । ଏପରିକି ଏନେଇ ଅନେକ ନେତା ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ବିଜେପି ସାଂସଦ ସାକ୍ଷୀ ମହାରାଜ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଯଦି ମାୟାବତୀ ଆଜି ଜୀବିତ ଅଛନ୍ତି, ତାହାଲେ ବିଜେପି ପାଇଁ । ନହେଲେ ସମାଜବାଦୀ ପାର୍ଟି ତାଙ୍କୁ କେବେ ଠାରୁ ତାଙ୍କ ଦଳକୁ ଭାଙ୍ଗି ସାରିଥାନ୍ତା ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ଶିବପାଲ ଏବଂ ଅଖିଳେଶ ଯାଦବଙ୍କ ବିଷୟରେ ମଧ୍ୟ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହା ହେଉଛି ତାଙ୍କ ପାରିବାରିକ କଥା ବୋଲି ବିଜେପି ସାଂସଦ ସାକ୍ଷୀ ମହାରାଜ କହିଛନ୍ତି । ଅନ୍ୟପଟେ ମାୟାବତୀ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିବା ପରେ ଏସପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ ସେ ମଧ୍ୟ ଏହା ଚାହୁଁଛନ୍ତି ।

ତେଣୁ ଗତ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ଦଳ ସହ ମେଣ୍ଟ କରିଥିଲେ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ଯଦି ସେମାନଙ୍କ ସହଯୋଗ ଜାରି ରହିଥାନ୍ତା ତେବେ ବିଏସପି ଏବଂ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ଅନୁଗାମୀମାନେ ଦେଖିଥାନ୍ତେ କି ପ୍ରଧାନମନ୍ତ୍ରୀ କିଏ ହୋଇଥାନ୍ତେ ବୋଲି ସମାଜବଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି । ସେପଟେ ମାୟାବତୀ କହିଥିଲେ ଯେ ସେ ୟୁପିର ମୁଖ୍ୟମନ୍ତ୍ରୀ ତଥା ଦେଶର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖିପାରିବେ, କିନ୍ତୁ ସେ ଦେଶର ରାଷ୍ଟ୍ରପତି ହେବାର ସ୍ୱପ୍ନ ଦେଖି ପାରିବେ ନାହିଁ। ବାସ ଏହା ପରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ବର୍ତ୍ତମାନ ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଜଣେ ବିଜେପି ନେତାଙ୍କ ବିବୃତ୍ତି ଆସିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts