ଗୋଟିଏ ଡକ୍ୟୁମେଣ୍ଟକୁ ନେଇ ୩୦ଟି ସିମ୍; ଦୋକାନ ଉପରେ କ୍ରାଇମବ୍ରାଞ୍ଚର ରେଡ୍

ଢେଙ୍କାନାଳ: ଢେଙ୍କାନାଳର ସହରର ଟାଉନ ପ୍ଲାନିଂ ଅଞ୍ଚଳରେ ଥିବା ଏକ ମୋବାଇଲ ସିମ୍ ଦୋକାନ ଉପରେ କ୍ରାଇମବ୍ରାଞ୍ଚ ରେଡ୍ କରିଛି । ଗତକାଲି ସଂଧ୍ୟା ସାଢେ ୮ଟା ସମୟରେ କ୍ରାଇମବ୍ରାଞ୍ଚ ଏହି ରେଡ୍ କରିଥିଲା । ଦୋକାନ ଦାୟିତ୍ୱରେ ଥିବା ଦୁଇ ଜଣ ସାଇ ଦାସ ଏବଂ ସିଲୁ ଦାସଙ୍କୁ ଟାଉନ ଥାନା ସହାୟତାରେ କ୍ରାଇମବ୍ରାଞ୍ଚ ଓ ସାଇବର ପୋଲିସ ଅଧିକାରୀ ଆସି ଉଠାଇନେଇଥିଲେ ବୋଲି ସୂଚନା ରହିଛି ।

ତେବେ କେଉଁ କାରଣ ପାଇଁ ଏହି ଦୁଇ ଜଣ ସିମ୍ ଦୋକାନୀଙ୍କ ଅପରାଧ କ’ଣ ସ୍ପଷ୍ଟ ହୋଇନି । ତେବେ ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ଡକ୍ୟୁମେଣ୍ଟ ବା ପରିଚୟ ପତ୍ରରୁ ୩୦ଟି ସିମ୍ ତିଆରି ହୋଇଛି । ଏବଂ ଏହି ସିମ୍ କାର୍ଡ ମଧ୍ୟରୁ କୌଣସି ଏକ ସିମରେ ଅପରାଧିକ କାମ ହୋଇଥିବା ସୂଚନା ରହିଛି ।

ତେବେ ଏନେଇ କ୍ରାଇମବ୍ରାଞ୍ଚ ସୂଚନା ପାଇବା ପରେ ଅତର୍କିତ ଦୋକାନ ଉପରେ ଚଢ଼ାଉ କରି , ସମ୍ପୃତ ଦୋକାନ ମାଲିକ ଙ୍କୁ ପଚାର ଉଚରା କରିବା ସହ ତାଙ୍କୁ ଅଟକ ରଖିଥିବା ସୂଚନା ମିଳିଛି |

Related Posts