
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମେରିକାର ଟେସଲା କମ୍ପାନୀକୁ ନେଇ ବଡ଼ ବୟାନ ଦେଇଛନ୍ତି ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ତେବେ ଯଦି ଆମେରିକାର ଟେସଲା କମ୍ପାନୀ ଭାରତରେ ଏହାର ବୈଦୁତିକ ଯାନ ଉତ୍ପାଦନ କରିବାକୁ ଚାହୁଁଛି ତେବେ ଏଥିରେ କୌଣସି ଅସୁବିଧା ନାହିଁ । କିନ୍ତୁ କମ୍ପାନୀ ଚାଇନାରୁ କାର ଆମଦାନୀ ନକରିବା ଦରକାର । ରାଇସିନା ସଂଳାପ\’ କାର୍ୟ୍ୟକ୍ରମରେ ଯୋଗ ଦେଇ ଗଡକରୀ କହିଛନ୍ତି ଯେ ଭାରତ ଏକ ବଡ ବଜାର ଏବଂ ସମସ୍ତ ବୈଦ୍ୟୁତିକ ଯାନ ପାଇଁ ଅନେକ ସମ୍ଭାବନା ରହିଛି । ଯଦି ଟେସଲାର ସିଇଓ ଏଲୋନ୍ ମସ୍କ ଭାରତରେ ଉତ୍ପାଦନ କରିବାକୁ ପ୍ରସ୍ତୁତ । ତେବେ । କୌଣସି ଅସୁବିଧା ନାହିଁ । ଭାରତକୁ ଆସ ଏବଂ ଉତ୍ପାଦନ ଆରମ୍ଭ କର । ଭାରତ ଏକ ବଡ ବଜାର । ସେମାନେ ଭାରତରୁ ରପ୍ତାନି କରିପାରିବେ ବୋଲି କହିଛନ୍ତି । ଏହା ସହ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ କହିଛନ୍ତି ଯେ ସେ ମସ୍କକୁ ଭାରତ ଆସି ଉତ୍ପାଦନ ଆରମ୍ଭ କରିବାକୁ ଅନୁରୋଧ କରୁଛନ୍ତି।
ଗାଡକରୀ କହିଛନ୍ତି, “କିନ୍ତୁ ଯଦି ସେମାନେ ଚାଇନାରେ ଉତ୍ପାଦନ କରି ଏବଂ ଭାରତରେ ଯାନ ବିକ୍ରୟ କରିବାକୁ ଚାହାଁନ୍ତି, ତେବେ ଏହା ଭାରତ ପାଇଁ ଏକ ଭଲ ପ୍ରସ୍ତାବ ହୋଇପାରେ ନାହିଁ ବୋଲି କହିଛନ୍ତି । ସେପଟେ ଏହାର ଆଇକନିକ୍ ଇଲେକ୍ଟ୍ରିକ୍ ଯାନ ଉତ୍ପାଦନ ଆରମ୍ଭ କରିବା ପରେ ଟିକସ ରିହାତି ଉପରେ ବିଚାର କରାଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।