
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୀର୍ଘଦିନର କଳ୍ପନାଜଳ୍ପନାର ଅନ୍ତ ଘଟିଛି । ତେବେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହା ସହ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସମସ୍ତ କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି। ଏବେ ସେ ସ୍ପଷ୍ଟ କରିଛନ୍ତି ଯେ ସେ କଂଗ୍ରେସରେ ଯୋଗଦେବେ ନାହିଁ। ଏହାପୂର୍ବରୁ କଂଗ୍ରେସ ନେତା ରଣଦୀପ ସୁରଜୱାଲା ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କିନ୍ତୁ କିଛି ସମୟ ପରେ ପ୍ରଶାନ୍ତ କିଶୋର ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ।
ସେ ଟ୍ୱିଟ୍ କରି କହିଛନ୍ତି ଯେ କଂଗ୍ରେସ ଦଳରେ ଯୋଗଦେବା ଏବଂ ନିର୍ବାଚନ ପାଇଁ ଦାୟିତ୍ୱ ଗ୍ରହଣ କରିବା ପାଇଁ ମୁଁ କଂଗ୍ରେସର ଉଦାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଏଥି ସହିତ, ସେ କହିଛନ୍ତି ମୁଁ ପରିବର୍ତ୍ତନଶୀଳ ସଂସ୍କାର ମାଧ୍ୟମରେ ଗଭୀରତମ ସମସ୍ୟାର ସମାଧାନ ପାଇଁ ମୋ ଅପେକ୍ଷା ଦଳର ଅଧିକ ନେତୃତ୍ୱ ଏବଂ ସାମୂହିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ବୋଲି ମୋର ନମ୍ର ମତ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।