ଆଉ ତିନି ମାସ ପରେ ହେବ ରାଷ୍ଟ୍ରପତି ନିର୍ବାଚନ; କିଏ ହେବ ନୂଆ ରାଷ୍ଟ୍ରପତି ଆରମ୍ଭ ହେଲାଣି କଳ୍ପନାଜଳ୍ପନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଉ ତିନି ମାସ ପରେ ହେବ ରାଷ୍ଟ୍ରପତି ନିର୍ବାଚନ । କାହିଁକିନା ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୫ରେ ଶେଷ ହେବ । ନୂତନ ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବଧ୍ୟ ବେଶ ସରଗରମ ହୋଇ ଉଠିଛି । ସେପଟେ ରାଷ୍ଟ୍ରପତି ନିର୍ବାଚନରେ ଲୋକସଭା, ରାଜ୍ୟସଭା ଏବଂ ସମସ୍ତ ରାଜ୍ୟର ବିଧାନସଭାର ବିଧାୟକମାନେ ଭୋଟ ଦେଇଥାନ୍ତି । ଏହି ସମସ୍ତ ଭୋଟରଙ୍କ ମୂଲ୍ୟ ଭିନ୍ନ ଭିନ୍ନ । ଜଣେ ଏମପିଙ୍କ ଭୋଟର ମୂଲ୍ୟ ହେଉଛି ୭୦୮ । ଏହା ସହ ବିଧାୟକଙ୍କ ଭୋଟର ମୂଲ୍ୟ ସେହି ରାଜ୍ୟର ଜନସଂଖ୍ୟା ଏବଂ ଆସନ ସଂଖ୍ୟା ଉପରେ ନିର୍ଭର କରେ । ରାଷ୍ଟ୍ରପତି ନିର୍ବାଚନରେ ଲୋକସଭା, ରାଜ୍ୟସଭା ଏବଂ ରାଜ୍ୟ ବିଧାନସଭା ସଦସ୍ୟମାନେ ଭୋଟ ଦେଉଥିବାବେଳେ ବର୍ତ୍ତମାନ ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟ ସଭାରେ ୨୩୦ ଜଣ ଏମପି ଅଛନ୍ତି । ଆସନ୍ତା ଦୁଇ ମାସ ମଧ୍ୟରେ ଖାଲି ପଡ଼ିଥିବା ସିଟ ନେଇ ନିର୍ବାଚନ ଅନୁଷ୍ଠିତ ହେବ । ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ୧୨ ରାଜ୍ୟସଭା ଏମପି ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦିଅନ୍ତି ନାହିଁ । ଅର୍ଥାତ ରାଜ୍ୟ ସଭାର ୨୩୩ ଜଣ ଏମପି ଭୋଟଦେବେ । ଏଥି ସହିତ ୫୪୩ ସତସ୍ୟ ବିଶିଷ୍ଟ ଲୋକ ସଭାରେ ଏବେ ୫୪୦ ଏମପି ଅଛନ୍ତି େ ତିନୋଟି ସିଟ ଖାଲି ଅଛି ।

ଅନ୍ୟପଟେ ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶର ଜଣେ ବିଧାୟକଙ୍କର ଭୋଟର ମୂଲ୍ୟ ସର୍ବାଧିକ ୨୦୮ ହୋଇଥାଏ । ସେହିପରି ଝାଡଖଣ୍ଡ ଏବଂ ତାମିଲନାଡ଼ୁର ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ୧୭୬ ଥିବାବେଳେ ମହାରାଷ୍ଟ୍ରର ଜେଣ ବିଧାୟକଙ୍କ ଭୋଟର ମୂଲ୍ୟ ୧୭୫ । ସିକିମର ବିଧାୟକଙ୍କ ସର୍ବନିମ୍ନ ମୂଲ୍ୟ ରହିଛି । ଏଠାରେ ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ସାତ । ଏହା ପରେ ଅରୁଣାଚଳ ଏବଂ ମିଜୋରାମର ବିଧାୟକଙ୍କଠାରୁ ଏହି ସଂଖ୍ୟା ଆସିଥାଏ । ଏଙ୍ଖାରେ ଜଣେ ବିଧାୟକଙ୍କ ଭୋଟ ମୂଲ୍ୟ ଆଠ ରହିଛି । ସେପଟେ ରାଜ୍ୟ ସଭା ଓ ଲୋକସଭା ସଦସ୍ୟଙ୍କ ଗୋଟିଏ ଭୋଟର ମୂଲ୍ୟ ହେଉଛି ୭୦୮ । ଉଭୟ ଗୃହରେ ସଦସ୍ୟମରନଙ୍କର ସଂଖ୍ୟା ହେଉଛି ୭୭୬ । ଅର୍ଥାତ ଏମପିମାନଙ୍କର ଭୋଟର ମୂଲ୍ୟ ହେଉଛି ୫,୪୯,୪୦୮ । ବିଧାନସଭା ସଦସ୍ୟ ଏବଂ ଏମପିଙ୍କ ଭୋଟର ମୋଟ ମୂଲ୍ୟ ୧୦ ଲକ୍ଷ ୯୮ ହଜାର ୯୦୩ ରହିଛି । ଯାହା ରାଷ୍ଟ୍ରପତି ନିର୍ବାଚନରେ ଏହି ସଂଖ୍ୟକ ମୂଲ୍ୟର ଭୋଟ ଗ୍ରହଣ କରାଯିବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts