ଯଦି କଂଗ୍ରେସ ଗୋଟେ କର୍ପୋରେଟ ସଂସ୍ଥା ହୋଇଥାନ୍ତା ତେବେ ଏହାର ସିଇଓ ଏବେ ଶୁଦ୍ଧା ଇସ୍ତଫା ଦେଇସାରିଥାନ୍ତେ : ସଞ୍ଜୟ ଝା

(ସତ୍ଯପାଠ ବ୍ୟୁରୋ)  ଭୁବନେଶ୍ୱର : ପଶ୍ଚିମବଙ୍ଗ, ଆସାମ, କେରଳ ଏବଂ ପୁଡୁଚେରୀରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରେ ଦଳକୁ ସମାଲୋଚନାର ଶିକାର ହେବାକୁ ପଡୁଛି।  ଦଳର ପୂର୍ବତନ ମୁଖପାତ୍ର ସଞ୍ଜୟ ଝା କଂଗ୍ରେସ ନେତୃତ୍ୱକୁ ଟାର୍ଗେଟ କରି କହିଛନ୍ତି ଯେ ବେଙ୍ଗଲରେ କଂଗ୍ରେସ ଆତ୍ମସମର୍ପଣ କରିବା ଅତ୍ୟନ୍ତ ନିରାଶାଜନକ।  ଏହା ଗ୍ରହଣୀୟ ନୁହେଁ । ବେଙ୍ଗଲରେ ମଧ୍ୟ କଂଗ୍ରେସ ୟୁପି ଏବଂ ତାମିଲନାଡୁର ପଥ ଅନୁସରଣ କରିଛି।  ସଞ୍ଜୟ ଝା ଟ୍ୱିଟ୍ କରି ଲେଖିଛନ୍ତି ଯେ ,” ଯଦି କଂଗ୍ରେସ ଏକ କର୍ପୋରେଟ୍ ହୋଇଥାନ୍ତା, ତେବେ ବର୍ତ୍ତମାନ ସୁଦ୍ଧା ଏହାର ସିଇଓ ଏବଂ ସମଗ୍ର ବୋର୍ଡ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଇସ୍ତଫା ପତ୍ର ଦାଖଲ କରିଦେଇସାରିଥାନ୍ତେ । ଅଂଶୀଦାରମାନେ ଖୁସିରେ ଏହାକୁ ଗ୍ରହଣ କରିବେ । ଏକ ନୂତନ ସିଇଓ ଏବଂ ଟିମ୍ ନିଯୁକ୍ତ ହେବେ।  ତାହା ହିଁ ଜୀବନ।  ଏହା କୌଣସି ବଡ କଥା ନୁହେଁ ।କାର୍ଯ୍ୟଦକ୍ଷତା କେବଳ ଗୁରୁତ୍ୱପୂର୍ଣ୍ଣ। ପରିବର୍ତ୍ତନ ଭଲ ଅଟେ ।”

ସଂଜୟ ଝା ଆଉ ଏକ ଟୁଇଟ୍ ରେ କହିଛନ୍ତି, ‘ମୁଁ କଂଗ୍ରେସ ଏବଂ ସେମାନଙ୍କ ସମର୍ଥକମାନଙ୍କୁ ଅନୁରୋଧ କରୁଛି ଯେ, ବେଙ୍ଗଲରେ ବିଜେପି ଶାସନକୁ ନ ଆସିବା ଖୁସିରେ ଉତ୍ସବ ପାଳନ କରି ସମୟ ନଷ୍ଟ ନ କରନ୍ତୁ।  ସାରାଂଶ ହେଉଛି – ବିଜେପି ଆସାମ ଜିତିଲା । ପୁଡୁଚେରୀରେ ଦଳ ଗଠବନ୍ଧନ କରି କ୍ଷମତାକୁ ଫେରିଲା । ପଶ୍ଚିମବଙ୍ଗରେ ମୁଖ୍ୟ ବିରୋଧୀ ଦଳ ହେଲା।  ନିଜ ଉପରେ ଧ୍ୟାନ ଦିଅନ୍ତୁ ।  ତୁମର ତ୍ରୁଟି ସୁଧାର । ଏହା ଏକ ସଙ୍କଟ ।”  

Related Posts