ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶ୍ମୀରୀ ପଣ୍ଡିତଙ୍କ ସୁରକ୍ଷା ପାଇଁ ସରକାର ଅନେକ ଯୋଜନା କରୁଥିବା ସତ୍ତ୍ୱେ ମଧ୍ୟ ଆତଙ୍କବାଦୀମାନେ କାଶ୍ୱୀର ପଣ୍ଡିତଙ୍କୁ ହତ୍ୟା କରିବାରେ ଲାଗିଛନ୍ତି । ସେପଟେ କିଛି ଦିନ ପୂର୍ବରୁ ରାହୁଲ ଭଟ୍ଟ ନାମକ ଜଣେ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀମାନେ ତାଙ୍କ ଅଫସିରେ ହତ୍ୟା କରିଥିଲେ । ବାସ ଏହା ପରେ ସାରା ଦେଶରେ ଏହି ହତ୍ୟାକାଣ୍ଡକୁ ନେଇ ବିରୋଧ ଆରମ୍ଭ ହୋଇ ଯାଇଥିଲା । ଏହା ମଧ୍ୟରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ମୁସଲମାନ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ଅଣଦେଖା କରାଯାଇ ପାରିବ ନାହିଁ । ସରକାର ଯଦି ଏହାର ଜବାବ ଦେଇ ପାରିବେ ନାହିଁ ତାହାଲେ ହିନ୍ଦୁତ୍ୱ ବିଷୟରେ କଥାବାର୍ତ୍ତା କରିବାର ଲାଭ କଣ ?
କାହିଁକି ନରେନ୍ଦ୍ର ମୋଦୀ କେବଳ ଜାମ୍ମୁ ଯାଇଥିଲେ? ସେ ବର୍ତ୍ତମାନ ତୁରନ୍ତ ଶ୍ରୀନଗର ଯିବା ଉଚିତ୍ ବୋଲି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି । ଅନ୍ୟପଟେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ଭଟ୍ଟଙ୍କ ହତ୍ୟାକୁ ସେ ଦୃଢ଼ ନିନ୍ଦା କରିଛନ୍ତି। ଆତଙ୍କବାଦୀ ଷଡଯନ୍ତ୍ର ବିରୋଧରେ ସମଗ୍ର ଦେଶ ଏକଜୁଟ ହୋଇଛି। ସମସ୍ତଙ୍କୁ ସେମାନଙ୍କର କାଶ୍ମୀରୀ ପଣ୍ଡିତ ଭଉଣୀ ଏବଂ ଭାଇମାନଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବାକୁ ଏବଂ ଘୃଣା ଏବଂ ଆତଙ୍କ ପାଇଁ ଉପଯୁକ୍ତ ଉତ୍ତର ଦେବାକୁ ପଡିବ ବୋଲି କହିଛନ୍ତି ।
