ଦିଲ୍ଲୀ ପୋଲିସ ପ୍ରଶାସନ ଉପରେ ବିଗିଡ଼ିଲେ ହାଇକୋର୍ଟ, କଲେ ଚିନ୍ତା ପ୍ରକଟ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସ ପ୍ରଶାସନ ଉପରେ ଖପ୍ପା ମାନ୍ୟବର ହାଇକୋର୍ଟ । ପୂର୍ବମାସ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୱାଲଙ୍କ ଘର ଉପରେ ହୋଇଥିବା ଆକ୍ରମଣ ଓ ଭଙ୍ଗାରୁଜା ଘଟଣାକୁ ନେଇ ଦିଲ୍ଲୀ ହାଇକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ଦିଲ୍ଲୀ ହାଇିକୋର୍ଟ ସୋମବାର ଶୁଣାଣୀ କରିବା ସମୟରେ ପୋଲିସର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ସୁରକ୍ଷା ବ୍ୟବସ୍ଥା ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ମାମଲାର ଶୁଣାଣୀ କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଏହି ଘଟଣା ବହୁତ ଚିନ୍ତାଜନକ କାରଣ ଏକ ସାମ୍ୱିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ଘର ଉପରେ ଆକ୍ରମଣ ହୋଇଛି।

ଅରବିନ୍ଦ କେଜରୱାଲଙ୍କ ଜାଗାରେ କୌଣସି ମନ୍ତ୍ରୀ, ବିଚାରପିତ ବା ଅନ୍ୟକେହି ହୋଇଥାଆନ୍ତେ । କୋର୍ଟ ଦିଲ୍ଲୀ ପୋଲିସକୁ କହିଛନ୍ତି ପ୍ରଦର୍ଶନକାରୀଙ୍କ ଦ୍ୱାରା ଭଙ୍ଗା ହୋଇଥିବା ୩ ଟି ବ୍ୟାରିକେଡ ପରେ ଆପଣଙ୍କୁ ନିଜର କାର୍ଯ୍ୟକଳାପ ଓ ସୁରକ୍ଷା ବନ୍ଦୋବସ୍ତ ଉପରେ ଧ୍ୟାନ ଦେବାର ଜରୁରି ଆବଶ୍ୟକତା ରହିଛି ।

ଦିଲ୍ଲୀ ହାଇକୋର୍ଟ କହିଛନ୍ତି ସୁରକ୍ଷା ବ୍ୟବସ୍ଥା ସମ୍ୱନ୍ଧରେ ଦିଲ୍ଲୀ ପୋଲିସ ପକ୍ଷରୁ ଦାଖଲ କରାଯାଇଥିବା ଷ୍ଟାଟସ ରିପୋର୍ଟରେ ଆମେ ସନ୍ତୁଷ୍ଟ ନୁହେଁ। କୋର୍ଟ କହିଛନ୍ତି ପୋଲିସ ସ୍ତରରେ ଅବହେଳା କରାଯାଇଛି ଓ ଆମେ ଚାହୁଁଛୁ ଦିଲ୍ଲୀର ପୋଲିସ କମିଶନର ଏହି ମାମଲାକୁ ହାତକୁ ନିଅନ୍ତୁ।

ଏହି ମାମଲାର ଶୁଣାଣୀ ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ଆସିଥିବା ଏଡିସିନାଲ ସଲିସିଟର ଜେନାରାଲ ସଞ୍ଜୟ ଜୈନ ଏହି ମାମଲାର ତଦନ୍ତକୁ ନେଇ ସୂଚନା ଦେଇ କହିଛନ୍ତି ତଦନ୍ତ ଜାରି ରହିଛି । ଏହାକୁ ନେଇ ସିସିଟିଭି କ୍ୟାମେରାର ବିଭିନ୍ନ ଏଙ୍ଗେଲକୁ ଫରେନ୍ସିକ ଯାଞ୍ଚ କରାଯିବ ଓ ସଠୀକ ଚିତ୍ର ସାମ୍ନାକୁ ଆସିବ। ସେ କହିଛନ୍ତି ଏହି ଘଟଣା ହେବାର ନଥିଲା ଓ ସୁରକ୍ଷାର ସମୀକ୍ଷା କରାଯାଇଛି । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯିବା ସହିତ ୪୧ ଜଣଙ୍କୁ ନୋଟିସ ଜାରି କରାଯାଇଛି ।

ସୂଚନାଥାଉକି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ମାର୍ଚ୍ଚ ୩୦ ତାରିଖ ଆକ୍ରମଣ କରାଯାଇଥିଲା । ବିକ୍ଷୋଭ କାରୀମାନେ ଏହି ସମୟରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଘର ସାମ୍ନାରେ ଲାଗିଥିବା ସିସିଟିବି କ୍ୟାମେରା ଓ ସୁରକ୍ଷା ବ୍ୟାରିକେଡକୁ ଭାଙ୍ଗି ଦେଇଥିଲେ। ଏହା ଛଡ଼ା ପ୍ରଦର୍ଶନ କାରୀମାନେ କେଜରିୱାଲଙ୍କ ଘର ଫାଟକରେ ଲାଗିଥିହା ବୁମ ବ୍ୟାରିଅରକୁ ମଧ୍ୟ ଭାଙ୍ଗି ଦେଇଥିଲେ ।

ପରେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିି ଥିଲା ।

Related Posts