ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟ ସରକାର ବିଭିନ୍ନ ବିଭାଗ ଓ ଯୋଜନାବୋର୍ଡରେ ପରାମର୍ଶଦାତା ଓ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ଦ୍ଦେଶାବଳୀ ଅନୁସାରେ ଡ ରାମଚନ୍ଦ୍ର ପଣ୍ଡାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଅନୁଭବ ପଟ୍ଟନାୟକଙ୍କୁ ଇ ଆଣ୍ଡ ଆଇଟି ବିଭାଗ, ସୁଧୀର ଦାସ ଏବଂ ନିବେଦିତା ନାୟକଙ୍କୁ ବିଜୁ ସ୍ବାସ୍ଥ୍ୟ କେନ୍ଦ୍ର କଲ୍ୟାଣ ଯୋଜନା, ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ଏବଂ ଗୀତା ବସ୍ତିଆଙ୍କୁ ମିସନ ଶକ୍ତି ରେ ପରାମର୍ଶଦତା ଓ ସରୋଜିନୀ ହେମ୍ବ୍ରମଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି।
ସେହିପରି ଭାବରେ କଳିକେଶ ସିଂହଦେଓଙ୍କୁ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡରେ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଲେନିନ ମହାନ୍ତିଙ୍କୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରଯାଇଥିବା ବେଳେ ବିଜୟ ନାୟକଙ୍କୁ ଓଡ଼ିଶା ବିହନ ନିଗମରେ ଅଧ୍ୟକ୍ଷ ପଦବିରେ ନିଯୁକ୍ତି ଦେଇଛନ୍ତି।
ସେହିପରି ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ଏପିକଲ, ଡି ବିଶ୍ବନାଥଙ୍କୁ ଓଆରଏଚ୍ଡିସି, ଅମରେଶ ପତ୍ରିଙ୍କୁ ଉଠାଜଳ ସେଚନ, ଦେବାଶିଷ ମହାନ୍ତିଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରି, ସତ୍ୟବ୍ରତ ତ୍ରିପାଠୀଙ୍କୁ ଓଏଫ୍ଡିସି, ଶ୍ରୀମୟୀ ମିଶ୍ରଙ୍କୁ ଓଡ଼ିଶା ଷ୍ଟେଟ ବିଲ୍ଡିଂ ଆଣ୍ଡ ଆଣ୍ଡ କନଷ୍ଟ୍ରକସନ ୱାର୍କରର୍ସ, ଚିନ୍ମୟ କାନନୁଗୋଙ୍କୁ ଓଡ଼ିଶା ସ୍ମଲ ଇଣ୍ଡଷ୍ଟ୍ରି କର୍ପୋରେସନ, ମୀନତି ବେହେରାଙ୍କୁ ଓଡ଼ିଶା ମହିଳା କମିସନ, ସଂଗ୍ରାମ ପାଇକରାୟଙ୍କୁ ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗରେ ଏବଂ ଓଡ଼ିଶା ରାଜ୍ୟ ଯୁବ କଲ୍ୟାଣ ବୋର୍ଡରେ ଅଧ୍ୟକ୍ଷ ପଦରେ ନିଯୁକ୍ତି ମିଳିଛି। ସୁରେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ଷ୍ଟେଟ ଏଗ୍ରିକଲଚର ମାର୍କେଟିଂ ବୋର୍ଡରେ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିବା ବେଳେ ସନ୍ତୋଷ ବେଜ୍ଙ୍କୁ ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନରେ ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି।
