ଏଣିକି ହେଲମେଟରେ ଆଇଏସଆଇ ଚିହ୍ନ ନଥିଲେ ଜୋରିମାନା ଦେବାକୁ ପଡ଼ିବ ୨ହଜାର ଟଙ୍କା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ହେଲମେଟରେ ଆଇଏସଆଇ ଚିହ୍ନ ନଥିଲେ ଜୋରିମାନା ଦେବାକୁ ପଡ଼ିବ ୨ହଜାର ଟଙ୍କା । ଏହା ସହ ହେଲମେଟକୁ ଠିକ ଭାବରେ ନପିନ୍ଧିଲେ ମଧ୍ୟ ଦେବାକୁ ପଡ଼ିବ ଫାଇନ । କେବଳ ଏତିକି ନୁହେଁ, ସଂପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରିଦିଆଯାଇପାରେ । ମୋଟର ଯାନ ଆଇନ ୧୯୯୮ର ଧାରା ୧୨୯ରେ ଏକ ନୂଆ ସଂଶୋଧନ ଆଣି ସରକାର ଏହି ନିୟମ ଲାଗୁ କରିଛନ୍ତି ।

ନୂଆ ନିୟମ ଅନୁସାରେ, ଦୁଇଚକିଆ ଯାନ ଚଳାଇବା ବେଳେ କେବଳ ଯେ ମୁଣ୍ଡରେ ହେଲମେଟ ଗଳାଇଦେଲେ ଆପଣ ଜୋରିମାନା ଦେବାରୁ ବର୍ତ୍ତିଯିବେ ତାହା ନୁହେଁ, ବରଂ ଆପଣଙ୍କୁ ହେଲମେଟ ଠିକ ଭାବରେ ପିନ୍ଧିବାକୁ ପଡ଼ିବ ଓ ହେଲମେଟ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ (ବିଆଇଏସ) (କିମ୍ବା ଆଇଏସଆଇ) ମାର୍କା ହେବା ବାଧ୍ୟତାମୂଳକ । ହେଲମେଟ ଯଦି ଆଇଏସଆଇ କିମ୍ବା ବିଆଇଏସ ମାର୍କା ନୁହେଁ, ତେବେ ୧ ହଜାର ଟଙ୍କା ଜୋରିମାନା ପଡିବ । ସେହିପରି ଆପଣ ଯଦି ହେଲମେଟ ପିନ୍ଧିଛନ୍ତି କିନ୍ତୁ ତାହାର ବକଲ ଅଥବା ବେଲଟକୁ ଠିକଭାବେ ଲକ୍ କରିନାହାନ୍ତି ତେବେ ୧ ହଜାର ଟଙ୍କା ଜୋରିମନା ଦେବାକୁ ପଡ଼ିପାରେ । ପୁଣି ଯଦି ହେଲମେଟ ଠିକ ଭାବେ ପିନ୍ଧି ମଧ୍ୟ ଆପଣ ରେଡ ଲାଇଟ୍ ଅତିକ୍ରମ କରିଗଲେ, ତେବେ ୨ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ।

Related Posts