୧୫ ଦିନରେ ଅଢେଇଲକ୍ଷ ଭକ୍ତ କଲେ ବାବା କେଦାରନାଥଙ୍କ ଦର୍ଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୫ ଦିନରେ ଅଢେଇଲକ୍ଷ ଭକ୍ତ କଲେ ବାବା କେଦାରନାଥଙ୍କ ଦର୍ଶନ । ଯାହା ନିଜକୁ ନିଜେ ଏକ ରେକର୍ଡ ବୋଲି ଏବେ କୁହାଯାଉଛି। କେଦାରନାଥ ଯାତ୍ରା ଇତିହାସରେ ଏହା ପ୍ରଥମ ଥର ହୋଇଛି। ସ୍ୱଳ୍ପ ଦିନରେ ଏତେ ସଂଖ୍ୟକ ଦର୍ଶନାର୍ଥୀ ବାବାଙ୍କ ଦର୍ଶନ କରିଛନ୍ତି। ଚାରଧାମ ଯାତ୍ରା ସରିବାକୁ ଆହୁରି ଢେର ସମୟ ଅଛି। ତେବେବି ଦର୍ଶନ ଲାଗି ଦୈନିକ ମନ୍ଦିରରେ ଭକ୍ତଙ୍କ ଧାଡି ରହୁଛି। ଏଥିରେ ଚଳିତବର୍ଷ ଆଦିଗୁରୁ ଶଙ୍କରାଚାର୍ୟ୍ୟଙ୍କ ସମାଧି ସ୍ଥଳ ମଧ୍ୟ ଦର୍ଶନ ହେଉଛି। ଏଥିରୁ ଭକ୍ତଙ୍କ ସନ୍ତୁଷ୍ଟି ଦେଖିବାକୁ ମିଳୁଛି। ଗତ ଦୁଇ ବର୍ଷ ହେଲା କେଦାରନାଥ ଧାମ ଯାତ୍ରା ବନ୍ଦ ଥିଲା ତାହା ଏବେକା ପରିସ୍ଥିତି ଦେଖିଲେ କେହି ହୁଏତ ସହଜରେ ବିଶ୍ୱାସ ବି କରିନପାରେ। କେଦାରନାଥ ଧାମ ସାରା ଭକ୍ତ ଖେଳାଇ ହୋଇ ଯାଇଛନ୍ତି।

ତେବେ ଏଥର ଯାତ୍ରାରେ ନୂଆ କଥା ଦେଖିବାକୁ ମିଳୁଛି। ବାବା କେଦାରଙ୍କ ଦର୍ଶନ ଲାଗି ସବୁ ବର୍ଷ ଭଳି ଏଥର ଏତେ ଲୋକେ ହେଲିକପ୍ଟର ସେବା ଉପଲବ୍ଧ କରୁ ନାହାନ୍ତି। ଲୋକେ ସହଜ ଦର୍ଶନ ବଦଳେ ଉପତ୍ୟାକାର ଚଲାବାଟରେ ବାବାଙ୍କ ଦର୍ଶନ ଲାଗି ଛୁଟୁଥିବା ଦେଖାଯାଉଛି। ଧାମରେ ଏବେ ଦିନକୁ ଦିନ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଲୋକେ କଠିନ ରାସ୍ତାରେ ଯାତ୍ରା କରି ବାବାଙ୍କ ଧାମରେ ପହଞ୍ଚୁଛନ୍ତି। ଦର୍ଶନ ଲାଗି ସକାଳୁ ସନ୍ଧ୍ୟା ପର୍ୟ୍ୟନ୍ତ ମନ୍ଦିର ସାମ୍ନାରେ ଦୀର୍ଘ ୧ କିଲୋମିଟରର ଧାଡି ଲାଗୁଛି। ଏଥିରେ ଦୈନିକ ୧୫ ହଜାରରୁ ଅଧିକ ଭକ୍ତ ବାବାଙ୍କ ଦର୍ଶନ କରୁଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts