୬ ମାସ ପରେ ଜେଲରୁ ବାହାରିଲେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦୀର୍ଘ ୬ ମାସ ପରେ ଶୁକ୍ରବାର ଦିନ ଝାରପଡ଼ା ଜେଲରୁ ବାହାରିଛନ୍ତି IFS ଅଭୟକାନ୍ତ ପାଠକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗତ ନଭେମ୍ବର ୨୭ ତାରିଖରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଏତଦ୍ ବ୍ୟତୀତ ତାଙ୍କ ନାଁରେ ୨ଟି ଠକେଇ ମାମଲା ଥିଲା। ଗୁରୁବାର ଦିନ ତୃତୀୟ ମାମଲାରେ ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ଶୁକ୍ରବାର ସେ ଜେଲରୁ ମୁକୁଳିଛନ୍ତି । ୨ ଲକ୍ଷ ଟଙ୍କାର ୨ଟି ଜାମିନଦାରଙ୍କ ବଦଳରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ତାଙ୍କ ବିରୋଧରେ ଥିବା ସମସ୍ତ ୩ ଟି ମାମଲାରେ ଜାମିନ ମିଳିବା ପରେ ଶୁକ୍ରବାର ଦିନ ସେ ଜେଲ୍‌ରୁ ବାହାରିଛନ୍ତି। ଏହି ମାମଲାର ତଦନ୍ତ ସମୟରେ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ତଦନ୍ତ ପରିସରକୁ ଆସିଥିଲେ । ସେ ମଧ୍ୟ ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ବହୁ ଯୁବକ ଓ ଯୁବତୀଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ଆକାଶ ପାଠକଙ୍କୁ ମଧ୍ୟ ଗିରଫ କରିଥିଲା। ତେବେ ଆଜି ଆଇଏଫ୍‌ଏସ୍‌ ଅଭୟ ପାଠକ ଜେଲ୍‌ରୁ ମୁକୁଳିଥିବା ବେଳେ ତାଙ୍କ ପୁଅ ଏବେ ମଧ୍ୟ ଜେଲ୍‌ରେ ରହିଛନ୍ତି।

Related Posts