ବେଆଇନ ବାଲି ଖନନ: ବିହାରରେ ଫୁଟିଲା ଗୁଳି: ୪ ମୃତ, ୯ ଆହତ

ପାଟନା: ବିହାରରେ ଫୁଟିଲା ଗୁଳି ।ବେଆଇନ ବାଲି ଖନନକୁ କେନ୍ଦ୍ରକରି ବିହାର ରେ ଗୁଳିମାଡ ହୋଇଛି । ଫଳରେ ଏହି ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି ।

ଗତକାଲି(ଗୁରୁବାର) ବିହାରର ବିହଟା ଥାନା ଅନ୍ତର୍ଗତ ମନେର ଅଞ୍ଚଳରେ ବାଲି ଖନନକୁ(illegal sand mining) ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏପରି ଗୁଳି ବିନିମୟ ହୋଇଛି । ଯେଉଁ କାରଣରୁ ୪ ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଖୋଜାଖୋଜି କରୁଛି । ମୃତକଙ୍କ ମଧ୍ୟରୁ ୩ ଜଣ ପାଟନା ଜିଲ୍ଲା ମନେର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଭୋଜପୁର ଜିଲ୍ଲାର ଶ୍ରମିକ ହୋଇଥିବା ପରିଚୟ ମିଳିଛି ।

ସୂଚନା ଅନୁଯାୟୀ, ବିହାଟ ଥାନା ଅଧିନ ଅମନାବାଦର ସୋନ ନଦୀପଠାରେ ଦୁଇ ବାଲି ମାଫିଆ ଗୋଷ୍ଠୀ ମଧ୍ୟରେ ଏହି ରକ୍ତାକ୍ତ ସଂଘର୍ଷ ଘଟିଛି । ତେବେ ଏହା କେବଳ ପ୍ରଥମ ଘଟଣା ନୁହେଁ । ନଦୀପଠାରୁ ବାଲି ଉଠାଣକୁ ନେଇ ଏଠାରେ ଅନେକ ସମୟରେ ବାଲି ମାଫିଆଙ୍କ ମଧ୍ୟରେ ଗୁଳିମାଡ ହେଉଥିବା କୁହାଯାଉଛି । ଗତକାଲି ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ଏକ ପୋଲିସ ଟିମ୍ ସୋନ ନଦୀଘାଟରେ ପହଞ୍ଚି ପାଣି ଭିତରେ ମୃତଦେହ ଖୋଜାଖୋଜି କରୁଛି ।

Related Posts