କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ନାମାଙ୍କନ ଦାଖଲ କଲେ ମଲ୍ଲିକାର୍ଜୁନ ଖଡ଼ଗେ, ପ୍ରସ୍ତାବକ ରହିଲେ ଗେହଲଟ, ଦିଗବିଜୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ସେ ଆଜି ନାମାଙ୍କନ ଦାଖଲ କରିଛନ୍ତି। ତେବେ ଆଜି ନାମାଙ୍କନ ଦାଖଲର ଶେଷ ଦିନରେ ଏବେ ସୁଦ୍ଧା ଅଧ୍ୟକ୍ଷ ପଦ ପାଇଁ ୩ଟି ନାମାଙ୍କନ ପାତ୍ର ଦାଖଲ ହୋଇଛି। ପ୍ରଥମେ ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ କେଏନ ତ୍ରିପାଠୀ, ଏହାପରେ ଦଳର ସଂସଦ ଶଶି ଥରୁର ଓ ଏବେ ଦଳର ବରିଷ୍ଠ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ନାମାଙ୍କନ ଦାଖଲ କରିଛନ୍ତି। ତେବେ ଦଳର ବହୁ ବରିଷ୍ଠ ନେତା ଖଡ଼ଗେଙ୍କ ସହ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ଅଧ୍ୟକ୍ଷ ଦୌଡ଼ରେ ଥିବା ଅଶୋକ ଗେହଲଟ ଓ ଦିଗବିଜୟ ସିଂ ଉଭୟ ଖଡ଼ଗେଙ୍କ ନାମାଙ୍କନର ପ୍ରସ୍ତାବକ ରହିଛନ୍ତି। ଦଳର ବହୁ ବରିଷ୍ଠ ନେତାଙ୍କ ସମର୍ଥନ ଥିବାରୁ ଖଡ଼ଗେଙ୍କ ପଲା ଭାରି ଥିବା ଭଳି ମଧ୍ୟ ଲାଗୁଛି।

ନାମାଙ୍କନ ଭରିବା ପରେ ଖଡ଼ଗେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ଦଳରେ ଏକ ବିରାଟ ପରିବର୍ତ୍ତନ ଆଣିବା ପାଇଁ ନିର୍ବାଚନକୁ ଓହ୍ଲାଇଛି। ଏହାସହିତ ସେ ସମସ୍ତ କଂଗ୍ରେସ କର୍ମକର୍ତ୍ତାଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ଅପିଲ କରିଛନ୍ତି।

ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସପକ୍ଷରେ ୩୦ ଜଣ ବରିଷ୍ଠ କଂଗ୍ରେସ ନେତା ପ୍ରସ୍ତାବକ ରହିଛନ୍ତି। ଏକେ ଆଣ୍ଟନି, ଅଶୋକ ଗେହଲଟ, ଦିଗବିଜୟ ସିଂ, ଆନନ୍ଦ ଶର୍ମା, ଅଜୟ ମାକେନ, ଭୂପିନ୍ଦର ସିଂ ହୁଡ଼ା, ଅମ୍ବିକା ସୋନି ଙ୍କ ଭଳି ବରିଷ୍ଠ ନେତା ମାନେ ଖଡ଼ଗେଙ୍କ ପ୍ରସ୍ତାବକ ରହିଥିବାରୁ ଏହି ନିର୍ବାଚନରେ ସେ ସବୁଠାରୁ ଆଗରେ ରହିଥିବା କୁହାଯାଉଛି।

Related Posts