କନ୍ଧମାଳରେ ସୂଚନା ଅଧିକାର କର୍ମୀଙ୍କୁ ଗୁଳି କରି ହତ୍ୟା

694

(ସତ୍ୟପାଠ ବ୍ୟୁରୋ) କନ୍ଧମାଳରେ ସୂଚନା ଅଧିକାର କର୍ମୀଙ୍କୁ ଗୁଳି କରି ହତ୍ୟା । ବାଲିଗୁଡ଼ା ଥାନା ପାତ୍ରସାହିର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଘରୁ ବାହାରକୁ ଡାକି ଗୁଳି କରି ହତ୍ୟା କରିଛନ୍ତି ୨ ଦୁର୍ବୃତ୍ତ ।  ଗୁରୁତର ଅବସ୍ଥାରେ ଅଭିମନ୍ୟୁଙ୍କୁ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଗୁଳିମାଡ଼ କରିଥିବା ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳ ହୋଇଥିଲେ ବି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ ବାଲିଗୁଡ଼ାରେ ବହୁ ଚର୍ଚ୍ଚିତ ଜଗନ୍ନାଥ ମନ୍ଦିର ଜମି ଅର୍ଥ ହେରଫେର ନେଇ କିଛି ଦିନ ତଳେ ହାଇକୋର୍ଟରେ ମାମଲା ଦାଏର କରିଥିଲେ ଅଭିମନ୍ୟୁ । ତେଣୁ ତାଙ୍କ ବିରୋଧୀ ଏଭଳି କାଣ୍ଡ ଘଟାଇଥିବା ନେଇ ସନ୍ଦେହ ରହିଛି । ଅନ୍ୟପଟେ ଆଉ କିଛି ଲୋକଙ୍କ କହିବା କଥା ହତ୍ୟାକାଣ୍ଡ ପଛରେ ଠିକାଦାର କିମ୍ବା ଗଞ୍ଜେଇ ମାଫିଆ ଥାଇପାରନ୍ତି  । କାରଣ ଅଭିମନ୍ୟୁ ଜିଲ୍ଲାର ଜଣେ ଜଣାଶୁଣା ସୂଚନା ଅଧିକାର କର୍ମୀ । ସେ ବିଭିନ୍ନ ଦୁର୍ନୀତି ଏବଂ ଘୋଟାଲା ବିରୋଧରେ ଶ୍ବର ଉଠାଉଥିଲେ । ଜିଲ୍ଲାରେ ଗଞ୍ଜେଇ ମାଫିଆ ପାର୍ଦୁଭାବ ଅଧିକ ରହୁଥିବାରୁ ଅଭିମନ୍ୟୁ ସେମାନଙ୍କ ରାସ୍ତାରେ ବି କଣ୍ଟା ସାଜିଥିଲେ ତେଣୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଏଭଳି କାଣ୍ଡ କରାଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରତିବାଦରେ ଗାନ୍ଧି ଛକରେ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

Comments are closed.