
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏବେ ରାଜନୀତିକ ଝଡ଼ । ବିଭନ୍ନ ଅଞ୍ଚଳରେ ହେଉଥିବା ଉଚ୍ଛେଦକୁ ନେଇ ଏବେ ଜୋର୍ ଧରିଛି ରାଜନୀତି । ଯାହା ଥମିବାର ନାଁ ଧରୁନି । ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ଆସନ୍ତକାଲି(ଶନିବାର) ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆପର ସମସ୍ତ ବିଧାୟକଙ୍କ ସହିତ ଏକ ବୈଠକ ଡାକିଛନ୍ତି । ଖାସ୍ କରି ଦିଲ୍ଲୀରେ ଚାଲିଥିବା ବୁଲଡୋଜର ଆକ୍ସନ ନେଇ ଏହି ବୈଠକ ସେ ଡାକିଥିବା ଜଣାପଡିଛି ।
ସୂଚନା ଅନୁସାରେ ଗତକାଲି ଆମ ଆଦମୀ ପାର୍ଟି ବିଧାୟକ ଅମନତୁହ୍ଲା ଖାନ ଉଚ୍ଛେଦ ପ୍ରକିୟାକୁ ବିରୋଧ କରିବାରୁ ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ତେବେ ଦିଲ୍ଲୀ ପୋଲିସର ଏ ଗିରଫଦାରୀକୁ ବିରୋଧ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହି ବୈଠକ ଡାକିଥିବା ଜଣାପଡିଛି ।