ଝାଡଖଣ୍ଡର ରାଞ୍ଚିରେ ଲଜ୍ଜା: କାର ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ୫ଅଭିଯୁକ୍ତ ଗିରଫ

ରାଞ୍ଚି: ଦେଶରେ କମୁନି ଲଜ୍ୟା ଘଟଣା । ଝାଡଖଣ୍ଡର ରାଞ୍ଚିରୁ ଆସିଛି ଏକ ଲଜ୍ଜା ଘଟଣା । କାରରେ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପରେ ଏହି ଅଭିଯୋଗ ଆଧାରରେ ପୋଲିସ ୫ ଅଭିଯୁକ୍ତଙ୍କୁ ବାନ୍ଧିଲା । ଗୁରୁବାର ରାତିରେ ଯୁବତୀ ଜଣଙ୍କ ଘରକୁ ଫେରୁଥିବା ବେଳେ ଏକ କାରରେ କିଛି ଯୁବକ ତାଙ୍କୁ କାରରେ ବସିବାକୁ ବାଧ୍ୟ କରିଥିଲେ । ଏହାପରେ କିଛିବାଟ ନେବା ପରେ ଏକ ରେସ୍ତୋରାଁ ବାହାରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ରାଞ୍ଚିର ରାଟୁ ପୋଲିସ୍ ଷ୍ଟେସନ ଅଞ୍ଚଳରେ ଏହି ଘଟିଥିବା ପୋଲିସ ତରଫରୁ କୁହାଯାଇଛି ।

ସୂଚନା ଅନୁଯାୟୀ ରାଞ୍ଚିର ରାଟୁ ପୋଲିସ ଷ୍ଟେସନ ଅଞ୍ଚଳରେ ପୀଡିତା ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ଏହି ସମୟରେ ପୋଲିସ ଉକ୍ତ ସ୍ଥାନରେ ପାଟ୍ରୋଲିଂ କରୁଥିଲା । କାରଟିକୁ ଦେଖି ଯାଞ୍ଚ କରିବା ପରେ ଯୁବତୀଙ୍କୁ ଦେଖିବାକୁ ପାଇଥିଲେ । ଏହାପରେ ସମସ୍ତ ଅଭିଯୁକ୍ତଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖି ଗିରଫ କରିଥିଲା ପୋଲିସ ।

Related Posts