ନୂଆଦିଲ୍ଲୀ: ପାକିସ୍ତାନରେ ଲାଗିରହିଥିବା ରାଜନୈତିକ ସଙ୍କଟ ଦୂର ହୋଇଛି | ପାକିସ୍ତାନକୁ ମିଳିଛି ତାର ନୂଆ ପ୍ରଧାନମନ୍ତ୍ରୀ | ତେବେ ନୂଆ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ବାକ ଯୁଦ୍ଧ | ଦୁହେଁ ମୁହାଁମୁହିଁ ହୋଇ ଯାଇଛନ୍ତି । ଇମ୍ରାନ୍ ଖାନଙ୍କୁ ଅସଲ ଚୋର ବୋଲି କହିଛନ୍ତି ଶହବାଜ ସରିଫ । ସରକାରୀ ରାଜକୋଷରେ ଜମା ହୋଇଥିବା ୧୪କୋଟି ଟଙ୍କାର ଗିଫ୍ଟକୁ ଇମ୍ରାନ ଖାନ୍ ଦୁବାଇରେ ବିକ୍ରି କରିଦେଇଥିବା ପ୍ରମାଣଥିବା ଶହବାଜ କହିଛନ୍ତି ।

ଶହବାଜଙ୍କ ଅଭିଯୋଗର ଏଥିପାଇଁ ସତ୍ୟତା ଥାଇପାରେ କାରଣ ଗତବର୍ଷ ରାଜକୋଷରୁ ବ୍ୟାପକ ଅର୍ଥ ବାହାରେ ବିକ୍ରି କରାଯାଇଥିଲା। ସେପଟେ କିନ୍ତୁ ଇମ୍ରାନ୍ ସବୁବେଳେ ଶହବାଜଙ୍କ ସହ ହାତ ମିଳାଇବାକୁ ପସନ୍ଦ କରନ୍ତିନି, ଏବଂ ସରିଫ ପରିବାରକୁ ଚୋର,ଡାକୁଏବଂ ଲୁଟେରା କହି ଆସୁଛନ୍ତି । ସରିଫ ପରିବାର ଆମେରିକା ଏବଂ ଲଣ୍ଡନରେ କୋଟି କୋଟି ଟଙ୍କାର ଡଲାର ଜମା କରିଥିବା ଅଭିଯୋଗ କରିଛନ୍ତି ଇମ୍ରାନ୍ ।

ସୂଚନା ମୁତାବକ ଇସଲାମବାଦରେ ଏକ ରାଜା ଇଫତାର ପାର୍ଟିରେ ଯୋଗ ଦେଇ ଶହବାଜ କହିଛନ୍ତି, ଇମ୍ରାନ ୧୪କୋଟି ଟଙ୍କାର ସରକାରୀ ସମ୍ପତ୍ତି ବିକି ଦେଇଛନ୍ତି ଏବଂ ସରକାରଙ୍କ ପାଖରେ ଏହାର ପ୍ରମାଣ ରହିଛି। ଏସବୁ ସାମଗ୍ରୀ ଭିତରେ ରହିଛି ହୀରା ଅଳଙ୍କାର ଏବଂ ଦାମି ଘଣ୍ଟା । ଯାହାକୁ ସେ ବିଦେଶରେ ବିକ୍ରି କରିଛନ୍ତି |