ଇମ୍ରାନ୍‌ ଆଉଟ, ଶାହବାଜ୍ ଶରୀଫ ଇନ: ଜାଣନ୍ତୁ ଶାହବାଜ୍ ଶରୀଫ କିଏ? ଯିଏ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ !

ପାକିସ୍ତାନ: ଚର୍ଚ୍ଚା, ବିତର୍କ, ଆଲୋଚନା, ଆନ୍ଦୋଳନ ସବୁରି ପଡିଲା ପୂର୍ନେଛେଦ। ମିଡ୍‌ ନାଇଟ୍ ଡ୍ରାମା ପରେ ଅନାସ୍ଥା ଭୋଟରେ ହାରିଲେ ଇମ୍ରାନ ଖାନ। ରାତି ୨ଟା ପର୍ଯ୍ୟନ୍ତ ଚାଲିଥିବା ଅନସ୍ଥା ଭୋଟରେ ୩୪୨ ସାଂସଦଙ୍କ ସଦସ୍ୟ ମଧ୍ୟରୁ ମିଳିତ ବିରୋଧୀ ୧୭୪ ଭୋଟ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି। ଏଥିରେ ଇମ୍ରାନ୍‌ଙ୍କ ପରାସ୍ତ ହୋଇଛି । ତେବେ ଇମ୍ରାନ ଙ୍କ ହାତରୁ ଗାଦି ଯିବା ପରେ ଏବେ କିଏ ହେବ ନୂଆ ପ୍ରଧାନମନ୍ତ୍ରୀ ସେନେଇ ଆରମ୍ଭ ହୋଇଯାଇଛି ଆଲୋଚନା | ପ୍ରଧାନମନ୍ତ୍ରୀ ଦୌଡରେ ଆଗରେ ଶାହବାଜ୍ ଶରୀଫ ରହିଛନ୍ତି | ସେ ନୂଆ ପ୍ରଧାନମନ୍ତ୍ରୀ ହେବା ଯେପରି ଏକ ପ୍ରକାରର ନିଶ୍ଚିତ |

ତେବେ ଆସନ୍ତୁ ଜାଣିବା ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଦୌଡ଼ର ଆଗରେ ଥିବା ଶାହବାଜ୍ ଶରୀଫଙ୍କ ବିଷୟରେ…

ଶାହବାଜ ଶରୀଫ ପାକିସ୍ତାନ ମୁସଲିମ୍ ଲିଗ୍ (ପିଏମ୍‌ଏଲ-ଏନ୍‌)ର ସାଂସଦ ଅଟନ୍ତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରୀଫଙ୍କ ଶରୀଫଙ୍କ ସାନ ଭାଇ ।

ଶାହବାଜ ଶରୀଫ ୨୦୧୮ ଅଗଷ୍ଟ ୧୩ରେ ନ୍ୟାସନାଲ ଆସେମ୍ବଲିର ସଦସ୍ୟ ଅଛନ୍ତି ଏବଂ ବିରୋଧୀ ଦଳର ନେତା ମଧ୍ୟ ଅଟନ୍ତି । ଏହା ପୂର୍ବରୁ ଶାହବାଜ ଶରୀଫ ୩ ଥର ପଂଜାବ ମୁଖ୍ୟମନ୍ତ୍ରୀ ଥିଲେ । ସେ ସର୍ବାଧିକ ସମୟ ପାଇଁ ପଂଜାବର ମୁଖ୍ୟମନ୍ତ୍ରୀ ଥିବା ନେତା । ବର୍ତ୍ତମାନ ପିଏମ୍‌ଏଲ-ଏନ୍‌ର ଅଧ୍ୟକ୍ଷ ।

ଶାହବାଜ ଶରୀଫ ୧୯୫୧ ମସିହା ସେପ୍ଟେମ୍ବର ୨୩ରେ ଲାହୌର ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ମହମ୍ମଦ ଶରୀଫ ଜଣେ ବ୍ୟବସାୟୀ ଥିଲେ । ସେ ସବୁବେଳେ ବ୍ୟବସାୟ ପାଇଁ କଶ୍ମୀର ଅନନ୍ତନାଗ ଯିବା ଆସିବା କରୁଥିଲେ । ପରେ ତାଙ୍କ ପରିବାର ଅମୃତସରରେ ବସିଥିଲା ।

୧୯୪୭ରେ ଭାରତ ବିଭାଜନ ହେଲା । ପାକିସ୍ତାନର ସୃଷ୍ଟି ହେଲା । ମହମ୍ମଦ ଶରୀଫ ସେହି ସମୟରେ ଅମୃତସର ଠାରୁ ଲାହୌର ସ୍ଥାନାନ୍ତରିତ ହୋଇଥିଲେ । ଶାହବାଜ ଶରୀଫଙ୍କ ମା’ ପୁଲୱାମାର ଝିଅ ଥିଲେ । ଲାହୌରର ଏକ ସରକାରୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପରେ ଶାହବାଜ ନିଜର ପରିବାର ବ୍ୟବସାୟ କରିଥିଲେ । ଶହବାଜଙ୍କ ୨ ଜଣ ବଡ ଭାଇ ଅବ୍ୱାସ ଶରୀଫ ଓ ନୱାଜ ଶରୀଫ ଅଛନ୍ତି । ନୱାଜ ଶରୀଫ ୩ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ୧୯୭୩ରେ ଶହବାଜ ନିଜର କଜିନଙ୍କୁ ବିବାହ କରିଥିଲେ । ତାଙ୍କର ୪ଜଣ ସନ୍ତାନ ଅଛନ୍ତି । ୨୦୦୩ରେ ଶହବାଜ ଦ୍ୱିତୀୟ ବିବାହ କରିଥିଲେ । କୁହାଯାଇଥାଏ ଯେ, ଶହବାଜ ନିଜର ଭାଇ ନୱାଜଙ୍କ ଠାରୁ ଅଧିକ ଧନୀ ।

Related Posts