କ୍ଷମତାରେ ରହିବା ଲାଗି ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ବାଜୱାଙ୍କୁ ବରଖାସ୍ତ କରିବା ପାଇଁ ଉଦ୍ୟମ କରିଥିଲେ ଇମ୍ରାନ: ରିପୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ଷମତାରେ ରହିବା ଲାଗି ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ବାଜୱାଙ୍କୁ ବରଖାସ୍ତ କରିବା ପାଇଁ ଉଦ୍ୟମ କରିଥିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ହେଲେ ପ୍ରତିରକ୍ଷା ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରି ନ ଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସେପଟେ ବାଜୱାଙ୍କ ନାମ ଉଲ୍ଲେଖ କରି ନ ଥିଲେ ବି ‘ବିବିସି ଉର୍ଦ୍ଦୁ’ ହିଁ ପ୍ରଥମେ ରିପୋର୍ଟ କରିଥିଲା ଯେ, ସାକ୍ଷାତ୍ କରିବା ଲାଗି ହେଲିକପ୍ଟର୍ ଯୋଗେ ଇସ୍ଲାମାବାଦସ୍ଥିତ ତାଙ୍କ ବାସଭବନକୁ ଆସିଥିବା ଜଣେ ବରିଷ୍ଠ ଅଧିକାରୀଙ୍କୁ ଖାଁ ବହିଷ୍କାର କରିବାକୁ ଚାହୁଁଛନ୍ତି। ରଏଟର୍ସ’ ରିପୋର୍ଟ ଅନୁସାରେ, ବାଜୱା ଏବଂ ‘ଇଣ୍ଟର୍-ସର୍ଭିସେସ୍ ଇଣ୍ଟେଲିଜେନ୍ସ୍’ (ଆଇଏସ୍ଆଇ) ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ନଦୀମ ଅଞ୍ଜୁମ୍ ଶନିବାର ବିଳମ୍ବିତ ରାତିରେ ଖାନ୍ଙ୍କ ସହିତ ବୈଠକ କରିଥିଲେ।

କିନ୍ତୁ, ଆଜି ପାକିସ୍ତାନ ସେନା ‘ବିବିସି ଉର୍ଦ୍ଦୁ’ ରିପୋର୍ଟକୁ ଖଣ୍ଡନ କରି କହିଛି, ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ, ନିରୋଳା ମିଥ୍ୟା ଓ ସଂଗଠିତ ବିଭ୍ରାନ୍ତିକର ଅଭିଯାନର ଅଂଶବିଶେଷ। ଏହାଛଡ଼ା, କେତେଗୁଡ଼ିଏ ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ସୂଚନା ଦେଇଥିଲେ ଯେ, ସାକ୍ଷାତ୍ ବେଳେ ବାଜୱା ଖାଁଙ୍କୁ କହିଥିଲେ ଯେ, ନିଜ ଭାଗ୍ୟକୁ ଆଦରନ୍ତୁ ଏବଂ ଅନାସ୍ଥା ଭୋଟ୍ରେ ହସ୍ତକ୍ଷେପ କରନ୍ତୁ ନାହିଁ। ଏହା ପରେ ପରେ ବାଚସ୍ପତି ଆସଦ କାଇଜର୍ ଯିଏ ଖାଁଙ୍କ ଦଳର ସାଂସଦ ଅନାସ୍ଥା ଭୋଟ୍ରେ ବାରମ୍ବାର ବ୍ୟାଘାତ ସୃଷ୍ଟି କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ସିଧା ପାର୍ଲାମେଣ୍ଟ୍ ଯାଇ ଇସ୍ତଫା ଦେଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts