ତାରାତାରୀଣୀ ମନ୍ଦିର ଦର୍ଶନ ସାରି ଫେରୁଥିବାବେଳେ ଘଟିଲା ଦୁର୍ଘଟଣା; ଆହତ ହେଲେ ୭ ଯାତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତାରାତାରୀଣୀ ମନ୍ଦିର ଦର୍ଶନ ସାରି ଫେରୁଥିବାବେଳେ ଘଟିଲା ଦୁର୍ଘଟଣା । ଏହି ଦୁର୍ଘଟଣାରେ ସାତ ଜଣ ଆହତ ହୋଇଥିବାର ସୂଚନା ମିଳିଛି । ସେପଟେ ଶ୍ରଦ୍ଧାଳୁ ଏକ ବସ୍ରେ ତାରାତାରିଣୀ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ଦର୍ଶନ ସାରି ଶ୍ରଦ୍ଧାଳୁମାନେ ତଳକୁ ପେରୁଥିବା ବେଳେ ତାଙ୍କ ବସ୍ଟି ଏକ ହାଇୱା ସହି ଧକ୍କା ହୋଇଥିଲା।

ବସଟି ମନ୍ଦିର ଉପରୁ ତଳକୁ ଆସୁଥିଲା ବେଳେ ଏପେଟେ ତଳୁ ପାହାଡ଼ ଉପରକୁ ଯାଉଥିବା ହାଇବା ସହ ପ୍ରଥମ ଗୋଲେଇରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବସ୍ରେ ବସିଥିବା ୭ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts